ଚେନ୍ନାଇ:ତାମିଲନାଡୁ ରାଜଭବନକୁ ପେଟ୍ରୋଲ ବୋମା ମାଡ ହୋଇଛି । ଆଜି ଅପରାହ୍ନରେ ଜଣେ ଦୁର୍ବୃତ୍ତ ରାଜଭଭନର ମୁଖ୍ୟ ଗେଟରେ ଏହି ପେଟ୍ରୋଲ ବୋମା ମାଡ କରିଛି । ଏହି ଅଭିଯୁକ୍ତକୁ ମଧ୍ୟ ତୁରନ୍ତ ପୋଲିସ ଗିରଫ କରିଛି । ତାକୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ଏବେ ରାଜ୍ୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ବଢିଛି । କାରଣ କିଛି ମାସ ହେବ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ରାଜଭବନକୁ ପେଟ୍ରୋଲ ମାଡ ମଧ୍ୟରେ ବିରୋଧୀ ଭାରତୀୟ ଜନତା ପାର୍ଟି ଶାସନରେ ଥିବା ଷ୍ଟାଲିନଙ୍କ ପାର୍ଟି DMKକୁ ଦାୟୀ କରିଛି ।
ମିଳିଥିବା ସୂଚନା ଅନୁସାରେ,ଆଜି ଅପରାହ୍ନ ପ୍ରାୟ 2 ଟା 45 ସମୟରେ ଏହି ଆକ୍ରମଣ ହୋଇଛି । ରାଜଭବନ ସମ୍ମୁଖରେ କଡା ସୁରକ୍ଷା ସତ୍ତ୍ବେ ମଧ୍ୟ ମୁଖ୍ୟ ଆଜି ଏହି ଅଭିଯୁକ୍ତ ଜଣକ ମୁଖ୍ୟ ଫାଟକରେ ପେଟ୍ରୋଲ ବମ ଫିଙ୍ଗିଥିଲା । ଏହା ପରେ ସେ ଫେରାର ହେବାକୁ ଉଦ୍ୟମ କୁରଥିବା ବେଳେ ତାକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଯୁବକର ନାମ କୁରୁକା ବିନୋଥ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ସମ୍ପର୍କରେ ଅଧିକ କିଛି ସୂଚନା ସାର୍ବଜନୀନ କରିନି । ତେବେ ଏହି ଆକ୍ରମଣକୁ ଡିଏମକେ କର୍ମୀଙ୍କ କାମ ବୋଲି କହି ବିରୋଧୀ ବିଜେପି ଷ୍ଟାଲିନ ସରକାର ଉପରେ ବର୍ଷିଛି । ଅଭିଯୁକ୍ତ କେଉଁ ପାର୍ଟି ସହ ସମ୍ପୃକ୍ତ ତାହା ବର୍ତ୍ତାମାନ ସୁଦ୍ଧା ପୋଲିସ ସ୍ପଷ୍ଟ କରିନି ।