ଓଡିଶା

odisha

ପିଲାଙ୍କ ପାଇଁ ଘାତକ ହୋଇପାରେ Omicron, ସତର୍କ କରାଇଲେ ବିଶେଷଜ୍ଞ

By

Published : Jan 9, 2022, 3:08 PM IST

ଓମିକ୍ରନ ଭାରିଏଣ୍ଟ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି । ଓମିକ୍ରନ୍ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ଆଶଙ୍କା ଅନ୍ୟ ଭାରିଏଣ୍ଟ ତୁଳନାରେ କମ୍ ବୋଲି କୁହାଯାଉଛି ହେଲେ ଏହା ପିଲାଙ୍କ ପାଇଁ ଘାତକ ହୋଇପାରେ (omicron can be more lethal for children) । ଅଧିକ ପଢନ୍ତୁ

ପିଲାଙ୍କ ପାଇଁ ଘାତକ ହୋଇପାରେ ଓମିକ୍ରନ
ପିଲାଙ୍କ ପାଇଁ ଘାତକ ହୋଇପାରେ ଓମିକ୍ରନ

ନୂଆଦିଲ୍ଲୀ: ଚାରିଆଡେ ମାଡିଗଲାଣି କୋରୋନାର ନୂଆ ଭାରିଏଣ୍ଟ । ଓମିକ୍ରନ ଭାରିଏଣ୍ଟ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି । ଓମିକ୍ରନ୍ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ଆଶଙ୍କା ଅନ୍ୟ ଭାରିଏଣ୍ଟ ତୁଳନାରେ କମ୍ ବୋଲି କୁହାଯାଉଛି ହେଲେ ଏହା ପିଲାଙ୍କ ପାଇଁ ଘାତକ ହୋଇପାରେ। ଛୋଟ ପିଲାମାନଙ୍କ କ୍ଷେତ୍ରରେ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ ଅଧିକ ବିପଜ୍ଜନକ ହୋଇପାରେ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ (omicron can be more lethal for children) ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଓମିକ୍ରନ୍ ମୁଖ୍ୟତଃ ଉପରର ଶ୍ବାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ପିଲାମାନଙ୍କ ଶ୍ବାସକ୍ରିୟା କ୍ଷମତା ବୟସ୍କଙ୍କ ତୁଳନାରେ ଅଧିକ ଥାଏ, ଯାହା ସେମାନଙ୍କୁ ବାୟୁରେ ଥିବା ରୋଗବାହକଙ୍କ ପ୍ରତି ଅଧିକ ଅସୁରକ୍ଷିତ କରି ଦେଇଥାଏ । ଦିଲ୍ଲୀର ଏକ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ରେସ୍ପିରେଟରୀ ଟ୍ରାକ୍ଟ ଛୋଟ ଥାଏ । ଓମିକ୍ରନ ରେସ୍ପିରେଟରୀ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିପାଇଁ ପିଲାଙ୍କ ଠାରେ ଓମିକ୍ରନ୍‌ ଘାତକ ହେବା ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି, ଗତ ଭାରିଏଣ୍ଟ ତୁଳନାରେ ଓମିକ୍ରନ ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି। ଓମିକ୍ରନରେ ସଂକ୍ରମିତ ହୋଇଥିବା ପିଲାଙ୍କ ଠାରେ କାଶ, ଥଣ୍ଡା, ଜ୍ବର ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ସତର୍କ କରାଇଛନ୍ତି ବିଶେଷଜ୍ଞ । ଯଥାସମ୍ଭବ ପିଲାମାନେ ଘରେ ହିଁ ରୁହନ୍ତୁ । ଶରୀର ପାଇଁ ଆବଶ୍ୟକ ପୁଷ୍ଟିକରର ଯତ୍ନ ନିଅନ୍ତୁ ଫଳରେ ଯଦି ସେମାନେ ସଂକ୍ରମିତ ହୁଅନ୍ତି ତେବେ ସେମାନେ ସଂକ୍ରମଣର ମୁକାବିଲା ପାଇଁ ଶକ୍ତି ପାଇପାରିବ ବୋଲି କହିଛନ୍ତି ବିଶେଷଜ୍ଞ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାଅନୁସାରେ ବର୍ତ୍ତମାନ ୨୭ ରାଜ୍ୟରେ ଓମିକ୍ରନ ଆତଙ୍କ ଖେଳାଇଛି । ମହାରାଷ୍ଟ୍ର ଓ ଦିଲ୍ଲୀ ସଂକ୍ରମଣ ମାମଲାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛି ।

ABOUT THE AUTHOR

...view details