ଓଡିଶା

odisha

Manish Sisodia bail plea: EDକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, AAPକୁ କାହିଁକି ମାମଲାରେ ଅଭିଯୁକ୍ତ କରାଗଲା ନାହିଁ

By ETV Bharat Odisha Team

Published : Oct 4, 2023, 8:20 PM IST

ସିସୋଦିଆଙ୍କ ଜାମିନ୍‌ ଆବେଦନର ଶୁଣାଣି କଲେ ସର୍ବୋଚ୍ଚ କୋର୍ଟ । ଯଦି କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏହି ଘୋଟାଲାର ଲାଭ ପାଇଛି, ତେବେ କାହିଁକି ଉକ୍ତ ଦଳକୁ ମାମଲାରେ ପକ୍ଷଭୁକ୍ତ କରାଗଲା ନାହିଁ ବୋଲି ଇଡିକୁ କଲେ ପ୍ରଶ୍ନ । ଅଧିକ ପଢନ୍ତୁ

Manish Sisodia bail plea: EDକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, AAP କୁ କାହିଁକି ମାମଲାରେ ଅଭିଯୁକ୍ତ କରାଗଲା ନାହିଁ
Manish Sisodia bail plea: EDକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, AAP କୁ କାହିଁକି ମାମଲାରେ ଅଭିଯୁକ୍ତ କରାଗଲା ନାହିଁ

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟିକୁ କାହିଁକି ଅଭିଯୁକ୍ତ ବୋଲି ଦର୍ଶାଗଲା ନାହିଁ ବୋଲି ତଦନ୍ତକାରୀ ସଂସ୍ଥା ଇଡିକୁ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି । ଆଜି ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା AAPର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବେଲ ଆବେଦନର ଶୁଣାଣି ବେଳେ କୋର୍ଟ ଏପରି ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି, ଏହି ମାମଲାରେ ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଲାଭ ପାଇଛି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରୁଛି, ତେବେ କାହିଁକି ଉକ୍ତ ଦଳକୁ PMLA ଆକ୍ଟ ଅନୁସାରେ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଗଲା ନାହିଁ ।

ସିସୋଦିଆଙ୍କ ବେଲ ପିଟିସନର ଶୁଣାଣି ଆଜି ସର୍ବୋଚ୍ଚ କୋର୍ଟରେ ହୋଇଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏମ ଭଟ୍ଟିଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରିଥିଲେ । ମାମଲାର ତଦନ୍ତ କରୁଥିବା ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖିଥିଲେ । ଖଣ୍ଡପୀଠ କହିଥିଲେ, ଏହି ମାମଲା PMLA ସମ୍ପର୍କିତ । ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ଏହି ନୀତିଗତ ଘୋଟାଲାର ଲାଭ ଏକ ରାଜନୈତିକ ଦଳ ନିକଟକୁ ଯାଇଛି । ତେବେ କାହିଁକି ଏହି ମାମଲାରେ ଉକ୍ତ ରାଜନୈତିକ ଦଳ ଆମ ଆଦମୀ ପାର୍ଟିକୁ ଅଭିଯୁକ୍ତ ଭାବେ ଦର୍ଶାଗଲା ନାହିଁ ।

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଙ୍ଘଭି ଯୁକ୍ତିରେ କହିଥିଲେ, ସିସୋଦିଆଙ୍କ ବିରୋଧରେ ଗୋଟିଏ ବି ବ୍ୟକ୍ତିଗତ ଆର୍ଥିକ କାରବାରର ପ୍ରମାଣ ନାହିଁ । ସେ ଜଣେ ଜନପ୍ରତିନିଧି ଓ ନିର୍ବାଚିତ ବିଧାୟକ ମଧ୍ୟ । ତେଣୁ ତାଙ୍କର ଫେରାର ହେବାର ଆଶଙ୍କା ମଧ୍ୟ ନାହିଁ । ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ କରିଥିବା ଅଭିଯୋଗରେ କୌଣସି ବ୍ୟକ୍ତିଗତ ପ୍ରମାଣ ମଧ୍ୟ ନାହିଁ । ଏହି ମାମଲାରେ ଅନ୍ୟମାନଙ୍କୁ ଜାମିନ ପ୍ରଦାନ କରାଯାଇସାରିଛି ।

ଏହା ମଧ୍ଯ ପଢନ୍ତୁ :- Delhi Liquor Policy Case: AAP ସାଂସଦ ସଂଞ୍ଜୟ ସିଂଙ୍କୁ ଗିରଫ କଲା ED

ତର୍କ ଶୁଣିବା ପରେ କୋର୍ଟ କହିଥିଲେ, ଯଦି ନୀତିଗତ ନିଷ୍ପତ୍ତି କୌଣସି ରାଜନୈତିକ ଦଳକୁ ଲାଭାନ୍ବିତ କରିଛି, ତେବେ ଉକ୍ତ ଦଳକୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କାହିଁକି ତଦନ୍ତକାରୀ ସଂସ୍ଥା କଲା ନାହିଁ । ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସର୍ବୋଚ୍ଚ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ସିସୋଦିଆ ଆଜି ଏହି ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହା ଉପରେ ଶୁଣାଣି ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details