ଓଡିଶା

odisha

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା

By

Published : Apr 6, 2021, 11:02 AM IST

Updated : Apr 6, 2021, 1:27 PM IST

मुंबई - अमित शाह और योगी आदित्यनाथ इन दोनो की जान को धोका है, एसा एक मेल सीआरपीएफ के दफ्तर में आया है, एसी जानकारी सुत्रो से मिली है. साथ ही देशभर में सीरियल बॉम्ब ब्लास्ट कराने की धमकी भी इस मेल में दी गयी है.

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା

09:57 April 06

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା, ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଏନଭି ରମଣା । ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏପ୍ରିଲ 24 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ସୁପ୍ରିମକୋର୍ଟର 48 ତମ ମୁଖ୍ୟବିଚାରପତି ହେବେ ଜଷ୍ଟିସ ରମଣା ।

ଏପ୍ରିଲ 23 ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରିବନ୍ଦ ବୋବେଡଙ୍କ କାର୍ଯ୍ୟାଳୟ ଶେଷ ହେଉଛି । ଏହା ପୂର୍ବରୁ ଜଷ୍ଟିସ ବୋବେଡ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ରାମଣାଙ୍କ ନାଁ ସୁପାରିଶ କରିଥିଲେ । ତେବେ ଆଜି(ମଙ୍ଗଳବାର) ଏଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ବୋବଡେଙ୍କ ପରେ ବିଚାରପତି ଏନଭି ରମଣା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ।  

ଜଷ୍ଟିସ ରମଣା ସୁପ୍ରିମକୋର୍ଟର ଦୀର୍ଘକାଳୀନ ବିଚାରପତି ହେବାକୁ ଯାଉଛନ୍ତି । କାରଣ ସେ 2022 ଅଗଷ୍ଟ 26ରେ ଅବସର ନେବାକୁ ଥିବାବେଳେ ଦୀର୍ଘ 16 ମାସ ଧରି ପଦବୀ ରେ ରହିବେ । ଦଶନ୍ଧି ପରେ ଭାରତର କୌଣସି ମୁଖ୍ୟ ବିଚାରପତି ଏତେ ମାସ କାର୍ଯ୍ୟ କରିବେ ।  

1957 ମସିହା ଅଗଷ୍ଟରେ ମାସରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଏକ କୃଷକ ପରିବାରେ ଜନ୍ମଗ୍ରହଣ କରିଥିଲେ ରାମଣା । ଏନଭି ରମଣା 2000 ମସିହା ଜୁନ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ । 2014 ଫେବୃୟାରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ ।  

Last Updated : Apr 6, 2021, 1:27 PM IST

ABOUT THE AUTHOR

...view details