ଓଡିଶା

odisha

JeM module busted in jk: 3 ଆତଙ୍କୀ ଗିରଫ, ରାଇଫଲ ସହ ବିପୁଳ ମାରଣାସ୍ତ୍ର ଜବତ

By

Published : Nov 9, 2022, 11:02 PM IST

ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (J-EM) ମଡ୍ୟୁଲକୁ ଠାବ କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ । ତିନି ଆତଙ୍କୀ ଗିରଫ (JeM module busted)। 3ଟି ଏକେ-56 ରାଇଫଲ ସହ ବିପୁଳ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ

JeM module busted in jk: 3 ଆତଙ୍କୀ ଗିରଫ, ରାଇଫଲ ସହ ବିପୁଳ ମାରଣାସ୍ତ୍ର ଜବତ
JeM module busted in jk: 3 ଆତଙ୍କୀ ଗିରଫ, ରାଇଫଲ ସହ ବିପୁଳ ମାରଣାସ୍ତ୍ର ଜବତ

ଶ୍ରୀନଗର:କାଶ୍ମୀରରେ ଆତଙ୍କୀ ନିରୋଧୀ ଅପରେସନରେ ସେନାକୁ ବଡ ସଫଳତା ମିଳିଛି । ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ (J-EM)ର ମଡ୍ୟୁଲକୁ ଠାବ କରି ନିଷ୍କ୍ରିୟ କରିଛି ସୁରକ୍ଷା ବାହିନୀ (JeM module busted)। ଏହା ସହ ତିନିଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି ସୁରକ୍ଷାବଳ ।

ଏମାନଙ୍କ ଠାରୁ 3ଟି ଅତ୍ୟାଧୁନିକ AK-56 ରାଇଫଲ, ଗୋଟିଏ ପିସ୍ତଲ, 9 ମାଗାଜିନ, 6ଟି ଗ୍ରେନେଡ ଏବଂ 191 ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ଆତଙ୍କୀମାନେ ଏକ ବଡ ଧରଣର ଆକ୍ରମଣ ଘଟାଇବା ପାଇଁ ଷଡଯନ୍ତ୍ର କରୁଥିବା ବେଳେ ସେମାନଙ୍କୁ ଧରିବାରେ ସୁରକ୍ଷାବଳ ସକ୍ଷମ ହୋଇଛି । ଗିରଫ ଆତଙ୍କୀଙ୍କୁ ଜେରା ଜାରି ରହିଛି । ଅଧିକ ତଥ୍ୟ ହାସଲ କରିବାକୁ ସେନା ପ୍ରୟାସ ଜାରି ରଖିଛି ।

ଶୀତ ଦିନ ଆରମ୍ଭରୁ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଘାଟିରେ ପାକିସ୍ତାନୀ ଆତଙ୍କୀଙ୍କ ଅନୁପ୍ରବେଶ ଓ ଆକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢିଛି । ସୀମାର ପାଟ୍ରୋଲିଂକୁ ବଢାଯିବା ସହ ଘାଟିର ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details