ଓଡିଶା

odisha

Sri Lanka crisis: ସଂସଦୀୟ ପରାମର୍ଶଦାତା କମିଟିକୁ ତଥ୍ୟ ଦେବେ ବିଦେଶ ମନ୍ତ୍ରୀ ଜୟଶଙ୍କର

By

Published : Jun 12, 2022, 5:14 PM IST

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ନେଇ ସଂସଦୀୟ ପରାମର୍ଶଦାତା କମିଟିକୁ ଅବଗତ କରିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । 18 ତାରିଖରେ ହେବ ବୈଠକ। ଅଧିକ ପଢନ୍ତୁ

Sri Lanka crisis: ସଂସଦୀୟ ପରାମର୍ଶ କମିଟିକୁ ତଥ୍ୟ ଦେବେ ବିଦେଶ ମନ୍ତ୍ରୀ ଜୟଶଙ୍କର
Sri Lanka crisis: ସଂସଦୀୟ ପରାମର୍ଶ କମିଟିକୁ ତଥ୍ୟ ଦେବେ ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ:ପଡୋଶୀ ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ନେଇ ସଂସଦୀୟ ପରାମର୍ଶଦାତା କମିଟି (Parliamentary Consultative Committee ) ନିକଟରେ ସବିଶେଷ ତଥ୍ୟ ରଖିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଚଳିତ ମାସ 18 ତାରିଖରେ ଏହି ବୈଠକ ହେବାକୁ ଯାଉଛି । ଏଥିରେ ଜୟଶଙ୍କରଙ୍କ ବ୍ୟତୀତ ବୈଦେଶିକ ସଚିବ ଓ ମନ୍ତ୍ରଣାଳୟର ଅନ୍ୟ କିଛି ପ୍ରମୁଖ ଅଧିକାରୀ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି ।

ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଶ୍ରୀଲଙ୍କାର ସାମ୍ପ୍ରତିକ ସ୍ଥିତି, ଭାରତର ଗ୍ରହଣ କରିଥିବା ଆଭିମୁଖ୍ୟ ଓ ଆଗାମୀ ରଣନୀତି ନେଇ ବିସ୍ତୃତ ଭାବେ ତଥ୍ୟ ରଖାଯିବ । ପଡୋଶୀ ସହଯୋଗ ନୀତିରେ ବିଶ୍ବାସ ରଖୁଥିବା ଭାରତ ସଙ୍କଟ ପ୍ରଥମ ଦିନରୁ କ’ଣ କାର୍ଯ୍ୟକ୍ରମ ହାତକୁ ନେଇଛି ଓ ନୂଆଦିଲ୍ଲୀ କଲମ୍ବୋକୁ କ‘ଣ ସହାୟତା ପ୍ରଦାନ କରିଛି, ତାହା ସମ୍ପର୍କରେ କମିଟି ସଦସ୍ୟଙ୍କ ନିକଟରେ ତଥ୍ୟ ରଖିବେ ବିଭାଗୀୟ ମନ୍ତ୍ରୀ ।

ଏହି ସଂସଦୀୟ ପରାମର୍ଶଦାତା କମିଟି (Parliamentary Consultative Committee) ରେ ସଦସ୍ୟ ଭାବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, DMK ରାଜ୍ୟସଭା ସାଂସଦ ତିରୁଚି ଶିବା, ସିଲଚରର ବିଜେପି ସାଂସଦ ରାଜଦ୍ବୀପ ରୟ ସଦସ୍ୟ ଭାବେ ରହିଛନ୍ତି ।

ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭ ହେବାର ପ୍ରାରମ୍ଭିକ ସମୟରୁ ଭାରତ ପଡୋଶୀ ଭାବେ ତାର ନୈତିକ ସହଯୋଗ ଜାରିରଖିଛି । ଏକାଧିକ ପର୍ଯ୍ୟାୟରେ ଭାରତ ଔଷଧ, ଚିକିତ୍ସା ସାମଗ୍ରୀ ସହିତ ଖାଦ୍ୟ ଓ ଇନ୍ଧନ ଇତ୍ୟାଦି ପଠାଇ ସାରିଛି । ଏବେ ମଧ୍ୟ ସହଯୋଗ ପ୍ରକ୍ରିୟା ଜାରି ରହିଛି । ପଡୋଶୀ ପ୍ରଥମ ମନ୍ତ୍ରରେ ଭାରତ ତାର ଦାୟିତ୍ବ ଲିଭାଇ ଚାଲିଥିବା ପ୍ରଥମରୁ ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details