ଓଡିଶା

odisha

Vaccination Drive: ଦେଶରେ 185.68 କୋଟି ପାର୍‌ କଲା ଟୀକାକରଣ

By

Published : Apr 10, 2022, 10:11 AM IST

କୋରାନାକୁ ମାତ ଦେବା ପାଇଁ ଦେଶରେ ଆଗେଇ ଚାଲିଛି ଟୀକାକରଣ । ଭାରତରେ କୋଭିଡ ଟୀକାକରଣ 185.68 କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Covid Vaccination In India : ଦେଶରେ 185.68 କୋଟି ଅତିକ୍ରମ କରିଛି ଟୀକାକରଣ
Covid Vaccination In India : ଦେଶରେ 185.68 କୋଟି ଅତିକ୍ରମ କରିଛି ଟୀକାକରଣ

ନୂଆଦିଲ୍ଲୀ: କୋରାନାକୁ ମାତ ଦେବା ପାଇଁ ଦେଶରେ ଆଗେଇ ଚାଲିଛି ଟୀକାକରଣ । ଭାରତରେ କୋଭିଡ ଟୀକାକରଣ 185.68 କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ତେବେ ଏ ପର୍ଯ୍ୟନ୍ତ ମୋଟ 1,04,04,088 ପ୍ରଥମ ଡୋଜ ଏବଂ 1,00,04,986 ଦ୍ବୀତିୟ ଡୋଜ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦିଆଯାଇଛି । 12ରୁ 14 ବର୍ଷ ବୟସର ପିଲାମାନଙ୍କୁ 2,21,44,238 ପ୍ରଥମ ଡୋଜ କିଶୋରମାନଙ୍କ ପାଇଁ ଦିଆଯାଉଛି । ସେହିପରି 15 ରୁ 18 ବର୍ଷ ବୟସର ପିଲାଙ୍କୁ 5,76,36,534 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 3,95,46,185 ଦ୍ବୀତିୟ ଡୋଜ ଟୀକାକରଣ କରାଯାଇଛି ।

ଏହାସହ 18ରୁ 44 ବର୍ଷର ବୟସର ବ୍ୟକ୍ତିଙ୍କୁ 55,50,36,141 ଟିକାର ପ୍ରଥମ ଡୋଜ ଏବଂ 47,00,20,545 ଦ୍ବିତୀୟ ଡୋଜ ସହିତ ଟିକା ଦିଆଯାଇଛି । 45ରୁ 59 ବର୍ଷ ବୟସ୍କଙ୍କୁ 20,28,18,804 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 18,62,38,308 ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । 60 ବର୍ଷରୁ ଅଧିକ ବୟସ୍କଙ୍କୁ 12,67,90,538 ପ୍ରଥମ ଡୋଜ ଏବଂ 11,60,03,809 ଦ୍ବିତୀୟ ଡୋଜ ଦିଆଯାଇଛି ।

ତେବେ ଟୀକାକରଣକୁ ଦେଶରେ ଜୋରଦାର କରାଯାଉଥିବାରୁ ସଂକ୍ରମଣ ହାର କମିବାରେ ଲାଗିଛି । ଭାରତର ସକ୍ରିୟ ମାମଲା 11,365 ରହିଛି । ଯାହା ଦେଶର ମୋଟ ପଜିଟିଭ ମାମଲାର 0.03 ପ୍ରତିଶତ ଅଟେ। ଭାରତରେ ସୁସ୍ଥ ବା ଆରୋଗ୍ୟ ହାର 98.76 ପ୍ରତିଶତରେ ରେକର୍ଡ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ, 1,194 ଆରୋଗ୍ୟ ହୋଇଥିବା ବେଳେ 1,150 ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭରୁ 4,25,01,196 ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ମୋଟ 4,66,362 କୋଭିଡ ପରୀକ୍ଷା କରାଯାଇଥିଲା । ଦେଶରେ ଏପର୍ଯ୍ୟନ୍ତ 79.34 କୋଟି ପରୀକ୍ଷା କରାଯାଇଛି ।

@ANI

ABOUT THE AUTHOR

...view details