ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଛି । କିଛି ଦିନ ହେବ ଦୈନିକ ପଜିଟିଭ ମାମଲା ୧୦ ହଜାର ତଳେ ରହିଛି (India witnesses decline in daily covid cases) । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 6,298 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 6,298 fresh Covid Cases) । ଗତକାଲି ଏହି ସଂଖ୍ୟା 6,422 ଥିଲା । ଦେଶରେ ସଂକ୍ରମଣ କମୁଥିବାବେଳେ, ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 5,916 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,39,47,756ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ 46,748ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.89%କୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭ ହାର 1.70% ରହିଛି । ଆଜି ପର୍ଯ୍ୟନ୍ତ 5,28,273 ହଜାର କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ 89.09 କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି । ଦିନକରେ କେବଳ 3,33,964ଟି ଟେଷ୍ଟିଂ ହୋଇଛି ।