ଓଡିଶା

odisha

Gujarat poll results: ସୁରଟରେ ଜିତିଥିଲା ୨୭ କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP

By

Published : Dec 8, 2022, 10:58 PM IST

Updated : Dec 9, 2022, 10:39 AM IST

ସୁରଟ ମହାନଗର ନିଗମ ନିର୍ବାଚନରେ ୨୭ କାଉନସିଲର ଜିତି ଗୁଜୁରାଟ ରାଜନୀତିରେ ମୁଳଦୁଆ ପକାଇଥିଲା ଆପ (Gujarat poll results)। ହେଲେ ସୁରଟରେ 16 ବିଧାନସଭା ଆସନରେ ଖୋଲି ପାରିଲାନି ଖାତା । ଅଧିକ ପଢନ୍ତୁ

Gujarat poll results: ସୁରଟରେ ଜିତିଥିଲା 35 କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP
Gujarat poll results: ସୁରଟରେ ଜିତିଥିଲା 35 କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP

ହାଇଦ୍ରାବାଦ:ଗୁଜୁରାଟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ AAPର ଏଣ୍ଟ୍ରିକୁ ନେଇ ଯେଉଁପରି ଆକଳନ କରାଯାଉଥିଲା ନିର୍ବାଚନରେ ତାର ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ଦେଖିବାକୁ ମିଳିଛି (Gujarat poll results)। ତା ଠାରୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ଦକ୍ଷିିଣ ଗୁଜୁରାଟର ସୁରଟରେ ଆପର ପ୍ରଦର୍ଶନ । ଗତବର୍ଷ ସୁରଟ ମହାନଗର ନିଗମ ନିର୍ବାଚନରେ ଦଳ 120 ମ୍ୟୁନିସିପାଲ ଆସନରୁ 27 ଆସନ ଦଖଲକୁ ନେଇଥିଲା । ତେବେ ଏତେ ସଂଖ୍ୟକ କାଉନସିଲର ଥାଇ ସତ୍ତ୍ବେ ଦଳ ସୁରଟରେ ଖାତା ଖୋଲି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦକ୍ଷିଣ ଗୁଜୁରାଟର ଭରୁଚ ଜିଲ୍ଲାରେ 5 ବିଧାନସଭା ଆସନ, ନର୍ମଦା ଜିଲ୍ଲାର 2, ତାପି 2, ଦାଙ୍ଗରେ ଗୋଟିଏ, ସୁରଟରେ ସର୍ବାଧିକ 16ଟି ବିଧାନସଭା ଆସନ ରହିଛି । ସେହିପରି ଭଲସାଦ ଜିଲ୍ଲାରେ 5 ଏବଂ ନଭସାରୀରେ 4ଟି ଆସନକୁ ମିଶାଇ ଦକ୍ଷିଣ ଗୁଜୁରାଟରେ ମୋଟ 35 ବିଧାନସଭା ଆସନ ରହିଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁରଟ ନଗର ନିଗମରେ ଆଖି ଦୃଶିଆ ଫଳାଫଳ କରିଥିବା ଆପ ମୁଖ୍ୟ କେଜ୍ରିଓ୍ବାଲ ସୁରଟରେ ଦଳ 8ଟି ବିଧାନସଭା ଆସନରେ ଜାତିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ । ସେ ଫଳାଫଳରେ ନିଶ୍ଚିତ ଥିବା ଦର୍ଶାଇ ଲିଖିତ ମାଧ୍ୟମରେ ମଧ୍ୟ ନିଜ ପୂର୍ବାକଳନ ଜାହିର କରିଥିଲେ । ଦକ୍ଷିଣ ଗୁଜରାଟର ସମୁଦାୟ 35ଟି ବିଧାନସଭା ଆସନରୁ ବିଜେପି ଖାତାକୁ 33 ଆସନ ଯାଇଥିବା ବେଳେ କଂଗ୍ରେସ ଓ ଆପ ମାତ୍ର ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି ।

ଗତବର୍ଷ ହୋଇଥିବା ସୁରଟ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟି 120 ରୁ 27 କାଉନସିଲର ଜିତିଥିଲା । ଯାହା ମହାନଗର ନିଗମର ମୋଟ ଭୋଟ ପ୍ରତିଶତର 28.47 ଥିଲା । ସୁରଟ ଜରିଆରେ ଆପ ଗୁଜୁରାଟ ରାଜନୀତିରେ ପ୍ରବେଶ କରିସାରିଥିବା ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ବିଶ୍ଳେଷଣ କରୁଥିଲେ । ତେବେ ଆଜିର ଫଳାଫଳ ପରେ ସେ ଆକଳନ ଭୁଲ ପ୍ରମାଣିତ ହୋଇଛି । ସୁରଟର ସମସ୍ତ 16 ଆସନ ଭାରତୀୟ ଜନତା ପାର୍ଟି ବ୍ୟାଗକୁ ଯାଇଛି ।

ତେବେ ପାରମ୍ପରିକ ଭାବେ କଂଗ୍ରେସର ଭୋଟବ୍ୟାଙ୍କ କୁହାଯାଉଥିବା ଆଦିବାସୀ ବର୍ଗର ଭୋଟ ମଧ୍ୟ ଚଳିତଥର ଭାରତୀୟ ଜନତା ପାର୍ଟିକୁ ଯାଇଛି । 2017ରେ ଏମାନେ ବିଜେପି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିଲେ । ହେଲେ ଚଳିତ ନିର୍ବାଚନରେ ଆଦିବାସୀ ଭୋଟ, ପଟିଦାର ସମ୍ପ୍ରଦାୟର ଭୋଟ ମଧ୍ୟ ବିଜେପି ସପକ୍ଷରେ ଯାଇଛି । ଆମ ଆଦମୀ ପାର୍ଟି ଓ ପାରମ୍ପରିକ ବିରୋଧୀ କଂଗ୍ରେସର ଅତି ନୈରାଶ୍ୟଜନକ ପ୍ରଦର୍ଶନ ସାଙ୍ଗକୁ ବିଜେପି ଏଥର ଐତିହାସିକ ଜନାଦେଶ ପାଇଛି । ଦଳ 156 ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତରେ ସରକାର କରିବାକୁ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2022, 10:39 AM IST

ABOUT THE AUTHOR

...view details