ଓଡିଶା

odisha

Gujarat Assembly election: କଂଗ୍ରେସର ବିପର୍ଯ୍ୟୟ ଧାରା ଜାରି

By

Published : Dec 8, 2022, 3:32 PM IST

ଗୁଜୁରାଟ କଂଗ୍ରେସର ବିପର୍ଯ୍ୟୟ ଧାରା ଜାରି । ଚଳିତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ । ଗତ କିଛି ବର୍ଷରେ ଦଳ ଛାଡି ବିଜେପିରେ ମିଶିଲେଣି ବହୁ ନେତା । ଐତିହାସିକ ବିଜୟ ଧାରାରେ ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

Gujarat Assembly election: କଂଗ୍ରେସର ବିପର୍ଯ୍ୟୟ ଧାରା ଜାରି
Gujarat Assembly election: କଂଗ୍ରେସର ବିପର୍ଯ୍ୟୟ ଧାରା ଜାରି

ହାଇଦ୍ରାବାଦ: ଚଳିତଗୁଜୁରାଟ ନିର୍ବାଚନରେ କଂଗ୍ରେସର ବିଶେଷ ବଡ ଧରଣର ରାଲି, ସଭାସମିତି କିମ୍ବା ବଡ ନେତାଙ୍କ ପ୍ରଚାର ଦେଖିବାକୁ ମିଳିନଥିଲା । ଯାହାକୁ ନେ ଦଳ ଗୁଜୁରାଟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ଛାଡି ସାରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ଖଣ୍ଡନ କରିବା ସହ ବଡ ରାଲି ପରିବର୍ତ୍ତେ ଦଳ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଗୁରୁତ୍ବ ଦେଉଥିବା କହିଥିଲା କଂଗ୍ରେସ । ତେବେ ଏହି ମଧ୍ୟରେ ଚଳିତ ନିର୍ବାଚନ ଫଳାଫଳ ଦଳର ବିପର୍ଯ୍ୟୟର ଧାରା ବଳବତ୍ତର ରହିଥିବା ସ୍ପଷ୍ଟ କରିଛି (Congress downward spiral continues) ଦଳ ଗତ ଥର 77 ଆସନରେ ଜିତି ବିରୋଧୀ ଆସନରେ ଥିବା ବେଳେ ଚଳିତ ଥର ମାତ୍ର 17 ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଛି ।

Gujarat Assembly election: କଂଗ୍ରେସର ବିପର୍ଯ୍ୟୟ ଧାରା ଜାରି

ବର୍ତ୍ତମାନର ଧାରା ଅନୁସାରେ, ଭାରତୀୟ ଜନତା ପାର୍ଟି 32 ଆସନରେ ବିଜୟୀ ହୋଇସାରିଥିବା ବେଳେ ଅବଶିଷ୍ଟ 124ଟି ଆସନରେ ଆଗୁଆ ଚାଲିଛି । ସେହିପରି ଗତ ଥର ନିର୍ବାଚନରେ 77 ଆସନ ଜିତି ବିରୋଧୀ ଦଳ ଭୂମିକାରେ ରହିଥିବା କଂଗ୍ରେସ ସର୍ବାଧିକ ଖରାପ ପ୍ରଦର୍ଶନ କରିଛି । କଂଗ୍ରେସ 1985 ରେ ସର୍ବାଧିକ 149 ଆସନ ଜିତି ଯେଉଁ ଐତିହାସିକ ରେକର୍ଡ କରିଥିଲା, ତାହା ଆଜି ଭାରତୀୟ ଜନତା ପାର୍ଟି ଦ୍ବାରା ଭଙ୍ଗ ହୋଇଛି । ବିଜେପି ଶାସନର 27ବର୍ଷ ମଧ୍ୟରେ ସର୍ବାଧିକ ରେକର୍ଡ ସଂଖ୍ୟକ ଆସନ ଜିତି ଏକ ଐତିହାସିକ ଜନାଦେଶ ପାଇବାକୁ ଯାଉଛି ।

ତେବେ ଗୁଜୁରାଟରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟିର ପ୍ରବେଶ ଫଳରେ ଯେଉଁ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବା ନେଇ ଆଶା କରାଯାଉଥିଲା, ତାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଦଳୀୟ ପ୍ରାର୍ଥୀ ଖାତା ଖୋଲିପାରି ନାହାନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ମଧ୍ୟ ବିଜେପି ପ୍ରାର୍ଥୀଙ୍କ ଠାରୁ ବହୁ ପଛରେ ରହିଛନ୍ତି । ଆପ ଭୋଟ ରାଜ୍ୟର ସମୀକରଣରେ କିଛି ପ୍ରଭାବ ପକାଇବାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ବିଜେପିକୁ ଲାଭ ହେବା ପରି ଅନୁମାନ ହେଉଛି । ବିରୋଧୀ ଆସନରେ ଥିବା କଂଗ୍ରେସ ଓ ନୂଆ କରି ଏଣ୍ଟ୍ରିଂ ମାରିଥିବା AAP ର ଫଳାଫଳ ଅତ୍ୟନ୍ତ ନୈରଶ୍ୟଜନକ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details