ଓଡିଶା

odisha

RSSର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

By

Published : Dec 19, 2020, 5:05 PM IST

Updated : Dec 19, 2020, 7:57 PM IST

ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ । ପଢନ୍ତୁ ଅଧିକ.....

ଆରଏସଏସ ପୁର୍ବତ୍ତନ ପ୍ରବକ୍ତା ଏମ ଜି ବୈଦଙ୍କ ପରଲୋକ
ଆରଏସଏସ ପୁର୍ବତ୍ତନ ପ୍ରବକ୍ତା ଏମ ଜି ବୈଦଙ୍କ ପରଲୋକ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ । ଆଜି ଅପରାହ୍ନ 3 ଟାରେ ନାଗପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ପରେ ସେ ପୁଣି ଅସୁସ୍ଥ ହୋଇପଡିବାରୁ ଧନ୍ତୋଲି ସ୍ଥିତ ସ୍ପନ୍ଦନ ହସ୍ପିଟଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପୁଅ ମନମୋହନ ବୈଦ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ଆସନ୍ତାକାଲି ପୁର୍ବାହ୍ନ 9ରୁ ତାଙ୍କର ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇ ସମ୍ବାଜହାରୀ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ବୟଂସେବକ ସଂଘର ବହୁ ବିରିଷ୍ଠ କର୍ମକର୍ତ୍ତା ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ବୈଦ କେବଳ ଦଶନ୍ଧି ଧରି ଆରଏଏସରରେ କାର୍ଯ୍ୟରତ ନଥିଲେ ବରଂ ବିଜେପିର ଶଶକ୍ତିକରଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ କହିଛନ୍ତି ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସଂଘ ଓ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ତାଙ୍କ ପରିବାରକୁ ସାନ୍ତ୍ବନା ଦେବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ସେହିପରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମ ମାଧବ ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ବୈଦ୍ୟ ଜଣେ ପ୍ରେରଣା ଦାୟୀ ବ୍ୟକ୍ତିତ୍ବ ଥିଲେ ଓ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିବା କଥା ଟ୍ବିଟ୍ କରି ପ୍ରକାଶ କରିଛନ୍ତି ରାମ ମାଧବ ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ନିଜ ବାଲ୍ୟକାଳରୁ ସଂଘରେ ଜଣେ ବାଳ ସ୍ବଂୟ ସେବକ ଭାବେ ଯୋଗଦେଇଥିବା ବୈଦ୍ୟ ଦୀର୍ଘ 9 ଦଶନ୍ଧି ଧରି ସଂଘର ବିଭିନ୍ନ ଗୁରୁତ୍ବରପୁର୍ଣ୍ଣ ଦାୟିତ୍ବ ତୁଲାଇବା ସହ ପ୍ରବକ୍ତା ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ସେ ଏକ ଧାରାରେ ଜଣେ ସାମ୍ବାଦିକ, ଭାସ୍ୟକାର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।

ବ୍ୟୁରୋ ରିପୋର୍ଟ , ଇିଟିଭି ଭାରତ

Last Updated : Dec 19, 2020, 7:57 PM IST

ABOUT THE AUTHOR

...view details