ଓଡିଶା

odisha

କୁକୁର ମଟନ ଖାଇଦେବାରୁ ଝିଅକୁ ଗୁଳି କରି ହତ୍ୟା କଲା ବାପା

By

Published : Sep 21, 2022, 9:37 PM IST

କୁକୁର ମଟନ ଖାଇଦେବାରୁ ମାଆ ଝିଅଙ୍କ ଭିତରେ ବଚସା । ଏହାପରେ ନିଜ ଝିଅକୁ ଗୁଳି କରି ହତ୍ୟା କଲା ବାପା । ଅଭିଯୁକ୍ତ ବାପା ଫେରାର ଥିବା ବେଳେ ମୃତ ଝିଅର ମାଆକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

କୁକୁର ମଟନ ଖାଇଦେବାରୁ ଝିଅକୁ ଗୁଳି କରି ହତ୍ୟା କଲା ବାପା
କୁକୁର ମଟନ ଖାଇଦେବାରୁ ଝିଅକୁ ଗୁଳି କରି ହତ୍ୟା କଲା ବାପା

ମୁମ୍ବାଇ: କୁକୁର ମଟନ ଖାଇଦେବାରୁ ନିଜ ଝିଅକୁ ଗୁଳି କରି ହତ୍ୟା କଲା ପିଶାଚ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଓସମାନାବାଦ ଜିଲ୍ଲାର ତୁଲଜାପୁର ତାଲୁକ ଅନ୍ତର୍ଗତ କର୍ଲା ଗ୍ରାମରେ । ଅଭିଯୁକ୍ତ ବାପା ସେହି ଗ୍ରାମର ଗଣେଶ ଭୋସଲେ ଫେରାର ଥିବା ବେଳେ ମାଆ ମୀରାବାଇ ଭୋସଲେଙ୍କୁ ଗିରଫ କରିଛି ପୋଲିସ ।

କୁକୁର ମଟନ ଖାଇଦେବାରୁ ଝିଅକୁ ଗୁଳି କରି ହତ୍ୟା କଲା ବାପା

ସୂଚନା ଅନୁସାରେ ୨୦ ବର୍ଷୀୟା ମୃତ କାଜଲ ସିନ୍ଦେ ସେହି ଗ୍ରାମରେ ନିଜ ସ୍ବାମୀଙ୍କ ପାଖରେ ରହୁଥିଲେ । ଗତ ରବିବାର ରାତ୍ରି ଭୋଜନ ପାଇଁ ସେ ମଟନ ରୋଷେଇ କରିଥିଲେ । ରୋଷେଇ କରିବା ପରେ କାଜଲ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଏକ କୁକୁର ସେହି ମଟନକୁ ଖାଇ ଦେଇଥିଲା । ଏନେଇ କାଜଲଙ୍କ ମାଆ ମୀରାବାଇ ଓ କାଜଲଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ କାଜଲଙ୍କ ବାପା ଗଣେଶ ଏକ ବନ୍ଧୁକ ଆଣି କାଜଲଙ୍କୁ ଗୁଳି କରିଥିଲେ ।

ଏହାପରେ କାଜଲଙ୍କ ସ୍ବାମୀ ମନୋଜ ସିନ୍ଦେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଓସମାନାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ମନୋଜ କାଜଲଙ୍କ ବାପା ଗଣେଶ ଭୋସଲେ ଓ ମାଆ ମୀରାବାଇ ଭୋସଲେଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଭୟ ମନୋଜଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଗଣେଶ ଭୋସଲେ ଫେରାର ଥିବା ବେଳେ ମୀରାବାଇ ଭୋସଲେଙ୍କୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details