ଓଡିଶା

odisha

ଉତ୍ତର ପ୍ରଦେଶରେ EVM ଓ୍ବାର ! ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା BJP

By

Published : Mar 9, 2022, 6:45 PM IST

ଜନାଦେଶର ଗୋଟିଏ ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ତେଜିବାରେ ଲାଗିଛି EVM ବିବାଦ । ନିର୍ବାଚନ ଆୟୋଗଙ୍କୁ ଭେଟି ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ଫେରାଦ ହେଲା ବିଜେପି । ପ୍ରଶିକ୍ଷଣ ଇଭିଏମ ପରିବହନ ପ୍ରୋଟକଲରେ ତ୍ରୁଟି ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଆୟୋଗ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ EVM ଯୁଦ୍ଧ, ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା ବିଜେପି
ଉତ୍ତର ପ୍ରଦେଶରେ EVM ଯୁଦ୍ଧ, ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା ବିଜେପି

ନୂଆଦିଲ୍ଲୀ:ଆସନ୍ତାକାଲି ଉତ୍ତର ପ୍ରଦେଶ ସମେତ ୫ରାଜ୍ୟରେ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏହା ପୂର୍ବରୁ ଜୋର ଧରିଛି EVM ଓ୍ବାର । ଗତକାଲି (ମଙ୍ଗଳବାର) ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶାସକ ବିଜେପି ଦ୍ବାରା EVM ମେସିନ ଟ୍ରକରେ ଚୋରି ହେଉଥିବା ପରି ସଙ୍ଗୀନ ଅଭିଯୋଗ କରିଥିଲେ । ପରେ ନିର୍ବାଚନ ଆୟୋଗ ପକ୍ଷରୁ ମଧ୍ୟ ଏପରି ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖାଯାଇଥିଲା । ଏପଟେ ଆଜି ଅଖିଳେଶଙ୍କ ମନ୍ତବ୍ୟ ନେଇ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ।

ଏକ ଟ୍ରକରେ ଇଭିଏମ ମେସିନ ବୁହାଯାଉଥିବା ବେଳେ ତାହା ଧରା ପଡିଥିବା ଅଖିଳେଶ ଅଭିଯୋଗ କରିଥିବାବେଳେ ଉକ୍ତ ଗାଡିରେ ଥିବା ଇଭିଏମ ଭୋଟିଂରେ ବ୍ଯବହୃତ ହୋଇନଥିଲା ଓ ତାହା ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ପ୍ରିଶିକ୍ଷଣରେ ବ୍ୟବହାର ହୋଇଥିବା ନେଇ ସ୍ପଷ୍ଟୀକରଣ ରଖିଥିଲେ ଆୟୋଗ ।

ତେବେ ଆଜି ଉକ୍ତ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ହୋଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବାଧୀନ ଏକ ବିଜେପି ପ୍ରତିନିଧି ମଣ୍ଡଳୀ । ଉତ୍ତର ପ୍ରଦେଶରେ ପରାଜୟର ଭୟ ଯୋଗୁଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିରାଶ ହୋଇଛନ୍ତି । ଗତକାଲି ସେ ଇଭିଏମ ଚୋରି ଅଭିଯୋଗ ବେଳେ ବ୍ୟବହାର କରିଥିବା ଭାଷା ଗଣତନ୍ତ୍ର ପାଇଁ ବିପଜ୍ଜନକ । ଜନାଦେଶକୁ ଅଖିଳେଶ ସ୍ବୀକାର କରିବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ ରାସ୍ତାରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହୃତ ଇଭିଏମ୍ ପରିବହନ ପ୍ରୋଟକଲରେ ଉଲ୍ଲଂଘନ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ବାରାଣାସୀର ଜିଲ୍ଲା ମାଜିଷ୍ଟ୍ରଟ ଏନ.କେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details