ଓଡିଶା

odisha

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ଗଣ୍ଡଗୋଳ, ଗାଁ ଛାଡିଲେ 300 ଲୋକ

By

Published : Apr 20, 2022, 7:30 AM IST

ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ କୁମହେର ଅଞ୍ଚଳର ସାହା ଗାଁର ଦଳିତ ସମ୍ପ୍ରଦାୟ ଲୋକେ ଗାଁ ଛାଡି ପଳେଇ ଯାଉଛନ୍ତି । ତେବେ ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ମାଡପିଟ ଘଟଣାରେ ବିବ୍ରତ ହେବା ପରେ ଗାଁ ଛାଡି ପଳୟାନ କରୁଛନ୍ତି ଲୋକେ । ମଙ୍ଗଳବାର ପ୍ରାୟ ୩୦୦ ଲୋକ ସେମାନଙ୍କର ଜିନିଷପତ୍ର ସହିତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ଗଣ୍ଡଗୋଳ, ଗାଁ ଛାଡିଲେ ୩ଶହ ଲୋକ
ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ଗଣ୍ଡଗୋଳ, ଗାଁ ଛାଡିଲେ ୩ଶହ ଲୋକ

ଜୟପୁର:ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ କୁମହେର ଅଞ୍ଚଳର ସାହା ଗାଁର ଦଳିତ ସମ୍ପ୍ରଦାୟ ଲୋକେ ଗାଁ ଛାଡି ପଳେଇ ଯାଉଛନ୍ତି । ତେବେ ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ମାଡପିଟ ଘଟଣାରେ ବିବ୍ରତ ହେବା ପରେ ଗାଁ ଛାଡି ପଳୟାନ କରୁଛନ୍ତି ଲୋକେ । ମଙ୍ଗଳବାର ପ୍ରାୟ ୩୦୦ ଲୋକ ସେମାନଙ୍କର ଜିନିଷପତ୍ର ସହିତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି ।

ସେହିପରି ଜିଲ୍ଲାପାଳ ଲୋକଙ୍କ ସହ ଆଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେବାରେ ଲୋକେ ଗାଁକୁ ଫେରିଛନ୍ତି । ଏପଟେ ଏହି ସମ୍ପ୍ରଦାୟର ଲୋକଙ୍କ କହିବା ଅନୁଯାୟୀ, ଅନ୍ୟ ଗୋଷ୍ଠୀର ଲୋକ ଆକ୍ରମଣ କରିବା ସହ ମାରପିଟ୍‌ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଥିସହ ଏହି ଘଟଣା ପରେ ତୁରନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଜିଲ୍ଲାପାଳ ଆଲୋକ ରଂଜନ କହିଛନ୍ତି ।

ସେହିଭଳି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢାଉ ଜାରି ରହିଛି । ତେବେ ଏପ୍ରିଲ ୧୪ରେ, ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ଅବସରରେ ଜାଟଭ ସମ୍ପ୍ରଦାୟର ଲୋକମାନେ ଭରତପୁର ଜିଲ୍ଲାର କୁମହର ଅଞ୍ଚଳର ସାହି ଗ୍ରାମରେ ଏକ ଶୋଭାଯାତ୍ରା କରିଥିଲେ । ଶୋଭା ଯାତ୍ରାରେ ଗାଁର ମୁଷ୍ଠିମେୟ ଲୋକମାନେ ପଥର ଫିଙ୍ଗିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପଟେ ପୂରା ମାମଲାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଏତଲା ଦେଇଥିଲେ । ସମଗ୍ର ମାମଲାରେ ୨୯ଜଣଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ କରିଛି ପୋଲିସ । ମାମଲା ରୁଜୁ କରି ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details