ଓଡିଶା

odisha

ପାକିସ୍ତାନକୁ ହରାଇଲା ଭାରତ, ଜନଗଣମନରେ କମ୍ପିଲା ମେଲବର୍ଣ୍ଣ

By

Published : Oct 24, 2022, 7:00 AM IST

ଟି-୨୦ ବିଶ୍ବକପରେ ପାକ୍‌କୁ ପରାଜୟର ସ୍ବାଦ ଚଖାଇଲା ଭାରତ । ଭାରତର ଏହି ରୋମାଞ୍ଚକର ବିଜୟ ପରେ ମେଲବର୍ଣ୍ଣ ଷ୍ଟାଡିୟମ ଜନଗଣମନରେ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏଠାରେ ଏକ ନିଆରା ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ପାକିସ୍ତାନକୁ ହରାଇଲା ଭାରତ, ଜନଗଣମନରେ କମ୍ପିଲା ମେଲବର୍ଣ୍ଣ
ପାକିସ୍ତାନକୁ ହରାଇଲା ଭାରତ, ଜନଗଣମନରେ କମ୍ପିଲା ମେଲବର୍ଣ୍ଣ

ମେଲବର୍ଣ୍ଣ:ଟି-୨୦ ବିଶ୍ବକପରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି । ସୁପର ୧୨ ପର୍ଯ୍ୟାୟ ହାଇଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ । ପାକ୍‌କୁ ହରାଇବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଭାରତୀୟ ଧୁମଧାମରେ ବିଜୟ ଉତ୍ସବ ପାଳିଛନ୍ତି । 'ଜନଗଣମନ' (Jana Gana Mana)ରେ କମ୍ପି ଉଠିଛି ମେଲବର୍ଣ୍ଣ । ମ୍ୟାଚ ସମ୍ପୂର୍ଣ୍ଣ ରୋମାଞ୍ଚପୂର୍ଣ୍ଣ ଥିବା ବେଳେ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା ।

ଭୂମିରେ ଉପସ୍ଥିତ ଥିବା ୯୦,୨୯୩ ଲୋକଙ୍କ ମଧ୍ୟରେ ଅତି କମରେ ୬୦ ହଜାର ଭାରତୀୟ ଥିଲେ । 'ଜୟ ହେ' ନାଦରେ ପ୍ରକମ୍ପିତ ହୋଇଉଠିଥିଲା ପୁରା ପରିବେଶ । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଭାବପ୍ରବଣତାକୁ କ୍ୟାମେରା ମଧ୍ୟ କଏଦ କରିଥିଲା । ସେ ମଧ୍ୟ ନମ୍ର ଥିଲେ, ଯିଏ ଉପରକୁ ଦେଖି ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିବା ମଧ୍ୟ ନଜର ଆସିଥିଲା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୬୦ ରନ୍‌ ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଟାର୍ଗେଟ ହାସଲ କରିନେଇଛି । ପ୍ରତି ଥର ପରି ଏଥର ମଧ୍ୟ ଦେଖିବାକୁ ମିଳିଥିଲା ଭାରତ ବନାମ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ । ଶେଷ ଓଭରରେ ବଦଳିଥିଲା ମ୍ୟାଚର ଫଳାଫଳ । ୧୬୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ ।

ଏହା ବି ପଢନ୍ତୁ- T20 World Cup: ମେଲବର୍ଣ୍ଣରେ ବିରାଟ ପାଳି, ୪ ୱିକେଟରେ ପାକିସ୍ତାନକୁ ହରାଇଲା ଭାରତ

ହେଲେ ୧.୫ ଓଭରରେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ଏହାପରେ ଦମଦାର ଫର୍ମରେ ମଇଦାନକୁ ଓହ୍ଲାଇଥିଲେ ଷ୍ଟାର ବ୍ୟାଟର ବିରାଟ କୋହଲି । ୩.୨ ଓଭରରେ ଅଧିନାୟକ ରୋହିତ ଶର୍ମା ଆଉଟ ହୋଇ ପାଭଲିୟନ ଫେରିଥିଲେ । ଶେଷ ଓଭରେ ବିଜୟ ପାଇଁ ଭାରତକୁ ୧୬ ରନ୍‌ ଆବଶ୍ୟକ ଥିଲା । ଏହି ସମୟରେ ବିରାଟ କୋହଲିଙ୍କ ଆକ୍ରାମକ ସଟ୍‌ ଖେଳି ଭାରତକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ଡେଥ ଓଭରରେ ଏହି ମ୍ୟାଚରେ ରୋମାଞ୍ଚ ଭରି ରହିଥିଲା । ଶେଷ ଓଭରରେ ପାକିସ୍ତାନ ସ୍ପିନର ମହମ୍ମଦ ନୱାଜ ଦୁଇଟି ୱାଇଡ, ଗୋଟିଏ ନୋବଲ୍‌ ପକାଇଥିଲେ । ଯାହାଫଳରେ ଭାରତ ସପକ୍ଷରେ ମ୍ୟାଚ ଯାଇଥିଲା ।

ଭାରତୀୟ ଟିମର ଏହି ବିଜୟ ପରେ ସାରା ଷ୍ଟାଡିୟମରେ ଭାରତୀୟ ମାନେ ସେଲିବ୍ରେସନ ଆରମ୍ଭ କରିଥିଲେ । ଏହି ମ୍ୟାଚରେ ଉପସ୍ଥିତ ଥିବା ଜଣେ ଭାରତୀୟ ଦିପଞ୍ଜନ ଘୋଷ କହିଛନ୍ତି, " ମୁଁ ଏଠାରେ ୧୨ ବର୍ଷ ଧରି ରହିଆସୁଛି । ମେଲବର୍ଣ୍ଣରେ କୌଣସି ଗୋଟିଏ ବି ଭାରତ ମ୍ୟାଚକୁ ମୁଁ ମିସ୍‌ କରେ ନାହିଁ । ତେବେ ଏପରି ବିଜୟର ସେଲିବ୍ରେସନ କରିବା ପୂର୍ବରୁ କେବେ ଦେଖିନାହିଁ ।"

ଷ୍ଟାଡ଼ିୟମରେ ଉପସ୍ଥିତ ଥିବା ଭାରତୀୟ ଦର୍ଶକ 'ବନ୍ଦେ ମାତରମ', 'ଭାରତ ମାତା କି ଜୟ' ନାରା ଦେଉଥିବା ବେଳେ ସେପଟେ ପାକିସ୍ତାନ ଦର୍ଶକ 'ପାକିସ୍ତାନ ଜିନ୍ଦାବାଦ' ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଭାରତୀୟଙ୍କ ଏହି ସେଲିବ୍ରେସନ କିଛି କ୍ଷଣ ପାଇଁ ଯେପରି ମ୍ୟାଚ ଭାରତରେ ହେଉଥିବା ମନେ ହେଉଥିଲା । ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବରେ ଭାରତୀୟମୟ ହୋଇଉଠିଥିଲା ।

ABOUT THE AUTHOR

...view details