ପାଟନା: ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ପଦାରେ ପଡ଼ିଛି । ଏପଟେ ସଂକ୍ରମଣ ବଢୁଥିବାବେଳେ ଆବର୍ଜନା ପଡ଼ିଥିବା ସ୍ଥାନରେ ପଡ଼ିଛି କୋରୋନା ଟିକା । ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି । ଟିକାଗୁଡ଼ିକ କିପରି ଡଷ୍ଟବିନରେ ପହଞ୍ଚିଲା, ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ରର ମ୍ୟାନେଜର ବିନୋଦ କୁମାର ।
ଡଷ୍ଟବିନ ମଧ୍ୟରେ ପଡ଼ିଥିବା କୋଭିଡ଼ ଟିକାକୁ ଜବତ କରାଯାଇଛି । ଟିକାଗୁଡ଼ିକ କିପରି ସେଠାରେ ପହଞ୍ଚିଲା ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିନୋଦ । ଏହାସହିତ କେତେ ଟିକା ଆସିଥିଲା, କେତେ ଜଣକୁ ଏହି ଟିକା ଦିଆଯାଇଛି ଏ ସମସ୍ତ ଦିଗକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଲୋକମାନେ ଦ୍ବିତୀୟ ଡୋଜ ଟିକା ନେଇନଥିବାବେଳେ ସେମାନଙ୍କ ମୋବାଇଲକୁ ଟିକା ନେଇ ସାରିଥିବା ମେସେଜ ଯାଇଥିଲା । ଏହା ଉପରେ ବିନୋଦ କହିଛନ୍ତି ଯେ ଏହା ଭୁଲବଶତଃ ଚାଲିଯାଇଛି ।