ଓଡିଶା

odisha

Vice Presidential poll: NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

By

Published : Aug 3, 2022, 8:44 AM IST

ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହାରି ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ଅଧିକ ପଢନ୍ତୁ

NDA ପ୍ରାର୍ଥୀଙ୍କୁ BSPର ସମର୍ଥନ
NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

ନୂଆଦିଲ୍ଲୀ:ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହାରି ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ବିଏସପି ମୁଖ୍ୟ ମାୟାବତୀ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।

ଟ୍ବିଟ କରି ବିଏସପି ମୁଖ୍ୟ ମାୟାବତୀ ଲେଖିଛନ୍ତି, ''ଉପରାଷ୍ଟ୍ରପତି ପଦ ପାଇଁ ଦେବାକୁ ଥିବା ନିର୍ବାଚନରେ ବିଏସପି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଔପଚାରିକ ଭାବରେ ଘୋଷଣା କରିଥିବା କହିଛନ୍ତି ବିଏସପି ମୁଖ୍ୟ । ବ୍ୟାପକ ଜନହିତକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମାୟାବତୀ ।

ପ୍ରାକାଶ ଥାଉ କି, ଆସନ୍ତା 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ 16 ତାରିଖରେ ବିଜେପି ବୈଠକ ପରେ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜୁଲାଇ 18 ତାରିଖରେ ନାମାଙ୍କନ ଭରିଥିଲେ ଜଗଦୀପ ଧନଖର । ସେହିପରି ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ଜୁଲାଇ 19 ତାରିଖରେ ନାମାଙ୍କନ ଭରିଥିଲେ ମାର୍ଗାରେଟ ଆଲଭା । ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଦେଶର 15ତମ ରାଷ୍ଟ୍ରପତି ଭାବେ ଆସନ ଅଳକୃତ ରହିଛନ୍ତି ଦ୍ରୌପଦୀ ମୁର୍ମୁ ।

ABOUT THE AUTHOR

...view details