ଓଡିଶା

odisha

ଠାକରେଙ୍କୁ ଭେଟିଲେ ପିଏମସି ଖାତାଧାରକ

By

Published : Dec 15, 2019, 3:00 PM IST

ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମସି)ର ଖାତାଧାରକ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି।

PMC Bank depositors met Thackeray
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମସି)ର ଖାତାଧାରକ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଠାକରେଙ୍କ ବାସଭବନ ମାତୋଶ୍ରୀରେ ସେମାନଙ୍କର ସାକ୍ଷାତକାର ହୋଇଛି । ଏହି ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ଅନେକ ଦିନ ଧରି ଏହାର ଖାତାଧାରକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଯାହା ଫଳରେ ରବିବାର ପିଏମସିର ଶତାଧିକ ଖାତାଧାରୀ ଠାକରେଙ୍କ ବାସଭବନ ମାତୋଶ୍ରୀ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ସ୍ଥିତି ଅନିୟନ୍ତ୍ରିତ ହେବାରୁ ପ୍ରଥମେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । ପରେ ମୁଖ୍ୟମନ୍ତ୍ରୀ ଠାକରେ ସେମାନଙ୍କୁ ଭେଟିବାକୁ ରାଜି ହୋଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରଦର୍ଶନକାରୀ କେନ୍ଦ୍ରୀୟ ବ୍ୟାଙ୍କଠୁ ନିଜର ଜମା ଅର୍ଥ ସୁରକ୍ଷିତ ନେଇ ଆଶ୍ଵାସନ ଦାବି କରିଛନ୍ତି। ଏହା ସହିତ ସୁବ୍ୟବସ୍ଥିତ ଢଙ୍ଗରେ ପିଏମସି ବ୍ୟାଙ୍କ ପୁଣି ଥରେ ଚାଲୁ କରିବାକୁ ଦାବି କରିଛନ୍ତି, ଯଦ୍ଵାରା ସେମାନେ ନିଜର ଅର୍ଥ କାଢି ପାରିବେ।

fgffff


Conclusion:

ABOUT THE AUTHOR

...view details