ଓଡିଶା

odisha

ଘରୋଇ କମ୍ପାନୀ ପାଇଁ ଖୋଲିଥିବା ସ୍ପେସ ସେକ୍ଟରକୁ ନେଇ ଇସ୍ରୋ ମୁଖ୍ୟଙ୍କ ପ୍ରତିକ୍ରିୟା

By

Published : Jun 25, 2020, 2:03 PM IST

ଉନ୍ନତ ମହାକାଶ ପ୍ରଦ୍ୟୋଗିକ ଦେଶଗୁଡିକ ମଧ୍ୟରୁ ଭାରତ ଅନ୍ୟତମ । ଏହା ଭାରତର ଉଦ୍ୟୋଗିକ ଆଧାର ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବ ବୋଲି ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି ।

ଇସ୍ରୋ ମୁଖ୍ୟ
ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ : ଘରୋଇ କମ୍ପାନୀଗୁଡିକ ପାଇଁ ସ୍ପେସ ସେକ୍ଟର ଖୋଲିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) । ଏହି ଅବସରରେ ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି, ଉନ୍ନତ ମହାକାଶ ପ୍ରଦ୍ୟୋଗିକ ଦେଶଗୁଡିକ ମଧ୍ୟରୁ ଭାରତ ଅନ୍ୟତମ । ଏହା ଭାରତର ଉଦ୍ୟୋଗିକ ଆଧାର ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବ । ସରକାର ଘରୋଇ କମ୍ପାନୀ ପାଇଁ ମହାକାଶ କ୍ଷେତ୍ର ଖୋଲି ଇସ୍ରୋ ପାଇଁ ଉନ୍ନତିର ଉପାୟ ଲାଗୁ କରିବାର ନିଷ୍ପତ୍ତି ନେଇଥିବା ଶିବନ କହିଛନ୍ତି ।

ସେ କହିଛନ୍ତି, ଦୀର୍ଘ ସମୟ ପର୍ଯ୍ୟନ୍ତ ସାମାଜିକ-ଅର୍ଥିକ ଉନ୍ନତିର ଏକ ଅଂଶ ଭାବରେ ମହାକାଶର ଉନ୍ନତି ଭାରତର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଦୂରଗାମୀ ଉନ୍ନତି ଭାରତକୁ କେତେକ ଦେଶର ମହାକାଶ କାର୍ଯ୍ୟକଳାପ ପାଇଁ ଦକ୍ଷ ପ୍ରଚାର ଏବଂ ପ୍ରାଧିକରଣ ପ୍ରଣାଳୀରେ ଜଡିତ କରିବ।

ଶିବନ ଆହୁରି କହିଛନ୍ତି, ସରକାର ମହାକାଶ କ୍ଷେତ୍ରରେ ବେସରକାରୀ କମ୍ପାନୀଗୁଡିକର କାର୍ଯ୍ୟକଳାପକୁ ଅନୁମତି ଏବଂ ନିୟନ୍ତ୍ରଣ କରିବା ସମ୍ବନ୍ଧରେ ନିରପେକ୍ଷ ନିଷ୍ପତ୍ତି ନେବା ପାଇଁ ସ୍ୱୟଂଶାସିତ ନୋଡାଲ ଏଜେନ୍ସିର ସ୍ଥାପନକୁ ଅନୁମତି ଦେଇଛନ୍ତି । ଯାହାକୁ ଭାରତୀୟ ଜାତୀୟ ମହାକାଶ ଏବଂ ପ୍ରାଧିକରଣ ନାମରେ ନାମିତ କରାଯାଇଛି । ମହାକାଶ ପ୍ରୟାସରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଜାତୀୟ ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରିବ ଏବଂ ଏଥିପାଇଁ ଇସ୍ରୋ ନିଜର ଜ୍ଞାନକୌଶଳ ଏବଂ ସୁବିଧା ପ୍ରଦାନ କରିବ ବୋଲି ଶବନ କହିଛନ୍ତି ।

ଏହା ବ୍ୟତୀତ ମହାକାଶ ବିଭାଗ ମହାକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ଏହାକୁ ରକେଟ୍ ଏବଂ ଉପଗ୍ରହର ଉତ୍ପାଦନ ତଥା ଉତକ୍ଷେପଣ ସହ ବାଣିଜ୍ୟିକ ଭିତ୍ତିରେ ମହାକାଶ ଆଧାରିତ ସେବା ଯୋଗାଇବ ବୋଲି ଶିବନ କହିଛନ୍ତି ।

ABOUT THE AUTHOR

...view details