ଓଡିଶା

odisha

ଟ୍ବିଟରରେ ବିଟକଏନ ସ୍କାମକୁ ନେଇ ପ୍ରତିକ୍ରିୟା ରଖିଲେ ସିଏସଏଆଇ ଡିଜି

By

Published : Jul 17, 2020, 7:11 AM IST

ବିଟକଏନ ଆଧାରରେ ଟ୍ବିଟରରେ ହୋଇଥିବା ଆକ୍ରମଣରେ କେଇ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଡଲାରର ମୂଲ୍ୟ କ୍ଷତି ହୋଇଥିବା ଦେଖାଯାଇଥିଲା । ଏନେଇ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଇବର ସିକ୍ୟୁରିଟି ଏକ୍ସପର୍ଟ ତଥା ସାଧାରଣ ନିର୍ଦ୍ଦେଶକ କୋଲୋନୋଲ ଇନ୍ଦରଜିତ ସିଂ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

twitter latest news, cyber attack in twitter, cyber attack, bitcoin scam on twitter, cryptocurrency scam on twitter, latest technology news, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଟ୍ବିଟରରେ ସାଇବର ଆଟାକ, ସାଇବର ଆଟାକ, ଟ୍ବିଟରରେ ବିଟକଏନ ସ୍କାମ, ଟ୍ବିଟରରେ କ୍ରିପ୍ଟୋକରେନ୍ସି ସ୍କାମ
ଟ୍ବିଟରରେ ବିଟକଏନ ସ୍କାମକୁ ନେଇ ସିଏସଏଆଇ ଡିଜି କୋନୋନେଲ ଇନ୍ଦ୍ରଜିତ ସିଂ

ନୂଆଦିଲ୍ଲୀ: ବର୍ତ୍ତମାନର ସବୁଠାରୁ ଘାତକ ସାଇବର ଆକ୍ରମଣର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର । ବିଟକଏନ ଆଧାରରେ ଟ୍ବିଟରରେ ହୋଇଥିବା ଏହି ଆକ୍ରମଣରେ କେଇ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଡଲାରର ମୂଲ୍ୟ କ୍ଷତି ହୋଇଥିବା ଦେଖାଯାଇଥିଲା । ଏନେଇ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଇବର ସିକ୍ୟୁରିଟି ଏକ୍ସପର୍ଟ ତଥା ସାଧାରଣ ନିର୍ଦ୍ଦେଶକ କୋଲୋନୋଲ ଇନ୍ଦରଜିତ ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି ।

କୋଲୋନେଲ ଇନ୍ଦରଜିତଙ୍କ କହିବା ଅନୁଯାୟୀ ମାତ୍ର 2 ଘଣ୍ଟା ମଧ୍ୟରେ ଟ୍ବିଟରରେ ଅନେକ ବଡ ବଡ ବ୍ୟକ୍ତି ଯଥା ବିଲ୍‌ ଗେଟ୍ସ, ଏଲନ ମସ୍କ, ଜୋ ବିଡେନ, ବାରାକ ଓବାମା, ୱାରେନ ବୁଫେଟ, କାନ୍ୟେ ୱେଷ୍ଟ, ମାଇକେଲ ବ୍ଲୁମବର୍ଗ, ଆପଲ, ଉବର ଓ ଦେଫ ବେଜୋସଙ୍କ ସମେତ 320ରୁ ଉର୍ଦ୍ଧ୍ବ ଆକାଉଣ୍ଟ ହ୍ୟାକ ହୋଇଥିଲା । ଯେଉଁଥିରେ ବିଟକଏନର ଆଡ୍ରେସ ସହ ହ୍ୟାକ କରାଯାଇଥିବା ଦେଖାଯାଇଥିଲା । ଏଥିରେ ଦିଆଯାଇଥିବା ଅର୍ଥ ରାଶିର ଦୁଇ ଗୁଣା ଫେରସ୍ତ କରିବା ପାଇଁ ମଧ୍ୟ ଉଲ୍ଲେଖ ରହିଥିଲା । ଯାହା ସାଇବର କ୍ରିପ୍ଟୋକରେନ୍ସି ସ୍କାମକୁ ପ୍ରୋତ୍ସାହିତ କରିଥିବା ଦେଖାଯାଇଥିଲା ।

ତେବେ ଏହି ସମ୍ପୂର୍ଣ୍ଣ ସ୍କାମରେ 367 ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ ହୋଇ ପ୍ରାୟ 90 ଲକ୍ଷ ଟଙ୍କା ହଡପ ହୋଇଥିବା ଜଣାପଡିଛି । ଏନେଇ କୋଲୋନେଲ ଇନ୍ଦରଜିତଙ୍କ କହିବା ଅନୁଯାୟୀ ବିଟକଏନର ଆଡ୍ରେସକୁ ନେଇ 69ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ଏହି ହ୍ୟାକିଂ ପ୍ରକ୍ରିୟାରେ ମୁଖ୍ୟତଃ ବଡ ବଡ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ଆକାଉଣ୍ଟ ବ୍ୟବହାର ହ୍ୟାକିଂକୁ ଅଧିକ ଜଟିଳ ଭରସାଯୋଗ୍ୟ କରିଥିଲା । ଏହା ଟ୍ବିଟର ଇତିହାସର ସବୁଠାରୁ ଘାତକ ଆକ୍ରମଣ ।

ଏହି ଆକ୍ରମଣକୁ ସ୍ବୀକାର କରିବା ସହ ଏହାକୁ ଏକ ସମନ୍ବିତ ସୋସିଆଲ ଇଞ୍ଜିନିୟରିଂ ଆକ୍ରମଣ ବୋଲି ପ୍ରକାଶ କରିଛି । ଏଥିରେ ହ୍ୟାକର କମ୍ପାନୀର କିଛି କର୍ମଚାରୀଙ୍କ ଜରିଆରେ ଅନ୍ତରୀଣ ଟୁଲକୁ ଆକ୍ସେସ କରିବାରେ ସଫଳ ହୋଇଥିଲା । ତେବେ ଏହି ଆକ୍ରମଣରେ ପ୍ରାୟ 120,000 ଡଲାରର ବିଟକଏନ ବ୍ୟବହୃତ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details