ଓଡିଶା

odisha

କଂଗ୍ରେସ ପରେ ଏବେ ବିଜେପିକୁ ଘାରିଲା ଘୋଡାବେପାର ଭୟ !

By

Published : Aug 8, 2020, 8:40 PM IST

ଉଦୟପୁର ଏବଂ ଯୋଧପୁର ଡିଭିଜନର 12ରୁ ଅଧିକ ବିଜେପି ବିଧାୟକ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜୁରାଟ ଯାଇଥିଲେ । ବର୍ତ୍ତମାନ ଅଜମେର ଏବଂ ବିକାନେର ଡିଭିଜନର 6 ଜଣ ବିଧାୟକ ଜୟପୁରରୁ ଘରୋଇ ବିମାନ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି ।

କଂଗ୍ରେସ ପରେ ଏବେ ବିଜେପିକୁ ଘାରିଲା ଘୋଡାବେପାର ଭୟ!
କଂଗ୍ରେସ ପରେ ଏବେ ବିଜେପିକୁ ଘାରିଲା ଘୋଡାବେପାର ଭୟ!

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ପରେ ଏବେ ବିଜେପିକୁ ଘୋଡା ବେପାର ଭୟ ଘାରିଛି । ବିଜେପି ଏବେ ନିଜ ବିଧାୟକଙ୍କୁ ଏକଜୁଟ କରିବା ଆରମ୍ଭ କରିଛି । ଉଦୟପୁର ଏବଂ ଯୋଧପୁର ଡିଭିଜନର 12ରୁ ଅଧିକ ବିଜେପି ବିଧାୟକ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜୁରାଟ ଯାଇଥିଲେ । ବର୍ତ୍ତମାନ ଅଜମେର ଏବଂ ବିକାନେର ଡିଭିଜନର 6 ଜଣ ବିଧାୟକ ଜୟପୁରରୁ ଘରୋଇ ବିମାନ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସମସ୍ତ ବିଧାୟକଙ୍କୁ ବିଜେପି ବିଧାୟକ ନିର୍ମଳ କୁମାୱାଟଙ୍କ ନେତୃତ୍ବରେ ପଠାଯାଇଛି । ଏଥି ସହିତ ବିମାନବନ୍ଦରରେ ସମସ୍ତ ବ୍ୟବସ୍ଥା କରିବାର ଦାୟିତ୍ବ ବିଧାୟକ ଅଶୋକ ଲାହୋତିଙ୍କୁ ଦିଆଯାଇଥିଲା ।

କଂଗ୍ରେସ ପରେ ଏବେ ବିଜେପିକୁ ଘାରିଲା ଘୋଡାବେପାର ଭୟ!

ଜୟପୁରରୁ ଗୁଜୁରାଟକୁ ଯାଉଥିବା ବିଧାୟକଙ୍କ ମଧ୍ୟରେ ଗୋପୀଚାନ୍ଦ ମୀନା, ଜବର ସିଂ ସାଧନ ଏବଂ ଅଜମେର ବିଭାଗର ଗୋପୀ ଲାଲ ଶର୍ମା ଅଛନ୍ତି। ଏହା ସହିତ ବିକାନେର ଡିଭିଜନରୁ ଆସିଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଗୁରୁଦୀପ ସିଂ ଶାହାପାନି ଏବଂ ଧର୍ମେନ୍ଦ୍ର କୁମାର ମୋଚି ।

ତେବେ ଏହି ବିଧାୟକଙ୍କୁ କେଉଁଠିକୁ ନିଆଯିବ ସେନେଇ ଏବେସୁଦ୍ଧା ଜଣାପଡିନାହିଁ । ସେମାନେ ନିଜ ସହ 2 ରୁ 3 ଦିନ ପାଇଁ ପୋଷାକ ଧରିଛନ୍ତି । ତେବେ ସେମାନଙ୍କୁ ଜୟପୁର ବିମାନବନ୍ଦରରେ ବିଧାୟକ ଅଶୋକ ଲାହୋତିଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା ।

ତେବେ ଅନ୍ୟ ବିଜେପି ବିଧାୟକଙ୍କୁ ମଧ୍ୟ ଖୁବଶୀଘ୍ର ଗୁଜୁରାଟ ପଠାଯାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ବିଧାୟକଙ୍କ ସଂଖ୍ୟା 30 ରୁ 40 ପର୍ଯ୍ୟନ୍ତ ପହଞ୍ଚିପାରେ । ଅବଶିଷ୍ଟ ବିଧାୟକମାନଙ୍କୁ ନିଜ ନିଜ ଅଞ୍ଚଳରେ ରଖାଯିବ ବୋଲି କୁହାଯାଉଛି ।

ABOUT THE AUTHOR

...view details