ଓଡିଶା

odisha

କୋରୋନା ଟୀକା ପାଇଁ 5 ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ !

By

Published : Sep 28, 2020, 2:36 PM IST

କୋରୋନା ଟୀକା ପାଇଁ ପ୍ରାୟ ୫ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ । ଏନେଇ ବନ୍ୟଜନ୍ତୁ ବିଶେଷଜ୍ଞ ସତର୍କ କରାଇଛନ୍ତି। ଅଧିକ ପଢନ୍ତୁ...

5 lakh sharks to be killed for corona virus vaccine !
କୋରୋନା ଟିକା ପାଇଁ 5 ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ !

ନୂଆଦିଲ୍ଲୀ: କୋରୋନା ଟୀକା ପାଇଁ ପ୍ରାୟ ୫ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ । ଏନେଇ ବନ୍ୟଜନ୍ତୁ ବିଶେଷଜ୍ଞ ସତର୍କ କରାଇଛନ୍ତି। ସାର୍କର ଯକୃତରେ ଏକ ପ୍ରକାରର ତେଲ ରହିଥାଏ, ଯାହାକୁ ଟୀକାରେ ବ୍ୟବହୃତ ହୁଏ । କୋରୋନା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଟୀକା ସାମଗ୍ରୀରେ ସାର୍କର ଯକୃତରେ ମିଳୁଥିବା ତେଲ ବିଷୟରେ ଉଲ୍ଲେଖ ରହିଛି | ଏହା ଟିକାର ପ୍ରଭାବକୁ ବଢ଼ାଇବା ପାଇଁ ବ୍ୟବହୃତ ହୁଏ ।

ଆମେରିକା କାଲିଫର୍ଣ୍ଣିଆର ସାର୍କ ଅଲାଇଜ୍ ଆସୋସିଏସନ୍ କହିଛି ଯେ, ଏହି ଟୀକା ପାଇଁ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ। ସାର୍କ ଯକୃତରେ ସ୍କ୍ବାଲେନ ନାମକ ଏକ ପଦାର୍ଥ ମିଳିଥାଏ । ଏହା ଏକ ପ୍ରକାର ପ୍ରାକୃତିକ ତେଲ । ଯାହା ଟିକା ପ୍ରସ୍ତୁତିରେ ବ୍ୟବହୃତ ହୁଏ । ଦୁନିଆରେ ପ୍ରାୟ 30 ଟି କୋରୋନା ଟୀକା ଅଛି, ଯାହାର ପରୀକ୍ଷା ମଣିଷ ଉପରେ କରାଯାଉଛି । ସାର୍କ ଅଲାଇଜ ପକ୍ଷରୁ କୁହାଯାଇଛି ଯେ, ଯଦି ବିଶ୍ବର ଲୋକଙ୍କୁ କୋରୋନା ଟିକାର ଗୋଟିଏ ଡୋଜ ଆବଶ୍ୟକ ହୁଏ, ତେବେ ୨.୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ, କିନ୍ତୁ ଯଦି ଦୁଇଟି ଡୋଜ ଆବଶ୍ୟକ ହୁଏ ତେବେ ୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିବ। ବର୍ତ୍ତମାନ ମାନବ ପରୀକ୍ଷଣ ସମୟରେ ସ୍ବେଚ୍ଛାସେବୀଙ୍କୁ ଅଧିକାଂଶ କୋରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି ।

ସାର୍କ ଅଲାଇଜ୍ ଦଳର ପ୍ରତିଷ୍ଠାତା ଷ୍ଟିଫନି ବ୍ରେଣ୍ଡିଲ୍ କହିଛନ୍ତି ଯେ, କୌଣସି ଜିନିଷ ପାଇଁ ବନ୍ୟଜନ୍ତୁକୁ ହତ୍ୟା କରିବା ସ୍ଥାୟୀ ବ୍ୟବସ୍ଥା ନୁହେଁ । ତେବେ ସେ କହିଛନ୍ତି ଯେ, ସେ ଟୀକା ପ୍ରସ୍ତୁତି ପ୍ରକ୍ରିୟାକୁ ମନ୍ଥର କରିବାକୁ ନୁହେଁ ବରଂ ଏହାର ଅନ୍ୟ ବାଟ ବାହାର କରିବାକୁ ଉପଦେଶ ଦେଉଛନ୍ତି।

ABOUT THE AUTHOR

...view details