ଓଡିଶା

odisha

ବରଫ ଚାଦରରେ ମନଲୋଭା ବଦ୍ରିନାଥ ଧାମ

By

Published : Apr 25, 2021, 7:39 PM IST

ବରଫ ଚାଦରରେ ଘୋଡାଇ ହୋଇଛି ବଦ୍ରିନାଥ ଧାମ । ଲଗାତାର ତିନିଦିନ ବର୍ଷା ଏବଂ ତୁଷାରପାତ ପରେ ବଦ୍ରିନାଥ ଧାମର ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ବରଫ ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଧାମ
ବରଫ ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଧାମ

ଡେରାଡୁନ: ଦେଶର ଅନେକ ସ୍ଥାନରେ ଏବେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ ଧଳା ବରଫ ଚାଦରରେ ଢାଙ୍କି ହୋଇଛି । ତୁଷାରପାତର ଏହି ସୁନ୍ଦର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୂର୍ବରୁ ବଦ୍ରିନାଥ ଧାମରେ ​​ତୁଷାରପାତ ହେବା ପରେ ଆଜି ସୂର୍ଯ୍ୟକିରଣର ଝାସରେ ମନ୍ଦିରର କିଛି ମନ ମୁଗ୍ଧକର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଧାମର ଚତୁଃପାର୍ଶ୍ବରେ ବରଫ ଆଛାଦିତ ହୋଇଛି , ଲାଗୁଛି ଯେମିତି ପ୍ରକୃତି ଧାମକୁ ଧଳା ଚାଦରରେ ଘୋଡାଇ ରଖିଛି ।

ବରଫ ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଧାମ

ଆସ୍ଥା ପଥ ଠାରୁ ଆରମ୍ଭ କରି ମନ୍ଦିର ପରିସର ପର୍ଯ୍ୟନ୍ତ ସବୁଠି ବରଫ ଓ ବରଫ ଦୃଶ୍ୟମାନ ହୋଉଛି । ଧାମରେ 2ରୁ3 ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିଛି । ତୁଷାରପାତ ପରେ ଭଗବାନ ବଦ୍ରି ବିଶାଲଙ୍କ ମନ୍ଦିରର ଦୃଶ୍ୟ ବେସ ମନଲୋଭା ଲାଗୁଥିଲା ।

ବରଫ ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଧାମ

ମେ 18ରେ ବ୍ରହ୍ମମୁହୁର୍ତ୍ତରେ ଭକ୍ତମାନଙ୍କ ପାଇଁ ଭଗବାନ ବଦ୍ରି ବିଶାଲଙ୍କ ଦ୍ବାର ଖୋଲାଯିବ। ଯେଉଁଥିପାଇଁ ଧାମର ବ୍ୟବସ୍ଥା ଜାଣିବା ପାଇଁ ଧାମରେ ​​ପହଞ୍ଚିଛନ୍ତି ଦେବସ୍ଥାନମ୍ ବୋର୍ଡର ଏକ ଅଗ୍ରୀମ ଦଳ । ଲଗାତର 3 ଦିନ ଧରି ଧାମରେ ତୁଷାରପାତ ହେଉଛି ।

ବରଫ ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଧାମ

ତୁଷାରପାତ ହେତୁ ଧାମରେ ​​ପହଞ୍ଚିଥିବା ଦଳ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଆସ୍ତା ପଥ ଓ ମନ୍ଦିର ପରିସର ପୁରା ବରଫରେ ଆଚ୍ଛାଦିତ ହୋଇଛି । ଯେଉଁଥିପାଇଁ କବାଟ ଖୋଲିବାରେ ବାଧା ସୃଷ୍ଟି ହୋଇଛି । ବଦ୍ରିନାଥ ଧାମରେ ​​ବର୍ଷା ଓ ତୁଷାରପାତ ଯୋଗୁଁ ଥଣ୍ଡା ମଧ୍ୟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କେଦାରନାଥ, ମାଡମହେଶ୍ୱର, ତୁଙ୍ଗନାଥ, ଚନ୍ଦ୍ରଶିଲା ସମେତ ଉଚ୍ଚ ଉଚ୍ଚତାରେ ତୁଷାରପାତ ହୋଇଥିବାବେଳେ କେଦାରଗାଟୀ ଏବଂ ନିମ୍ନମାନର ଅଞ୍ଚଳରେ ବର୍ଷା ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details