ହାଇଦ୍ରାବାଦ:ଗତ ସେପ୍ଟେମ୍ବର ୩୦ ତାରିଖରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍-୨୧କୁ ଅବସର ଦିଆଯାଇଛି । ଶ୍ରୀନଗରରେ ଏହି ବିମାନ ବଦଳରେ ମିଗ୍-୨୯ ସ୍କ୍ୱାର୍ଡନ ସାମିଲ ହୋଇଛି । ୨୦୨୫-୨୬ ସୁଦ୍ଧା ଜାଗୁଆର ସ୍କ୍ୱାର୍ଡନ ମଧ୍ୟ ସେବାନିବୃତ୍ତ ହେବ । ଆଗାମୀ 5 ବର୍ଷ ମଧ୍ୟରେ ମଧ୍ୟରେ ଜାଗୁଆର, ମିରାଜ୍ ୨୦୦୦ ସ୍କ୍ବାଡ୍ରନ୍ ପର୍ଯ୍ୟାୟକ୍ରମେ ଅବସର ନେବେ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁସେନା ମୁଖ୍ୟ ଚିଫ୍ ଏୟାର ମାର୍ଶଲ ଭିଆର୍ ଚୌଧୁରୀ ସୂଚନା ଦେଇଛନ୍ତି ।
ଖାଲି ସେତିକି ନୁହେଁ ଅଗ୍ନିବୀର ଯୋଜନାରେ ୧୦ ପ୍ରତିଶତ ମହିଳାଙ୍କୁ ସାମିଲ କରାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ବାୟୁସେନା । ବିଶ୍ବସ୍ତରର ଘଟଣାକ୍ରମକୁ ଦେଖିଲେ ବାୟୁସେନା ଯେକୌଣସି ଚ୍ୟାଲେଞ୍ଜ୍କୁ ସ୍ବୀକାର କରିବାକୁ ସକ୍ଷମ ରହିଛି । କଠିନରୁ କଠିନ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସର୍ବଦା ବାୟୁସେନା ନିଜକୁ ପ୍ରସ୍ତୁତ କରୁଛି । LACରେ ଚୀନ ସେନାର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ଏଥିପାଇଁ ବାୟୁସେନା ସବୁବେଳେ ସଜାଗ ଓ ସତର୍କ ରହିଛି ।