ଓଡିଶା

odisha

Sisodia Arrest: ଏକଛତ୍ରବାଦ, ଗଣତନ୍ତ୍ର ପାଇଁ କଳାଦିନ କହିଲା AAP

By

Published : Feb 26, 2023, 10:40 PM IST

Updated : Feb 27, 2023, 6:18 AM IST

ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୀତି ସରଗରମ । ସିସୋଦିଆଙ୍କ ବାସଭବନରେ ସପତ୍ନୀକ ପହଞ୍ଚିଲେ କେଜ୍ରିଓ୍ବାଲ । ଦଳ କହିଲା ଏକଛତ୍ରବାଦ, ଗଣତନ୍ତ୍ର ପାଇଁ କଳାଦିନ, ଆପ ଭୟଭୀତ ହେବ ନାହିଁ ।

ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୀତି ସରଗରମ
ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୀତି ସରଗରମ

ନୂଆଦିଲ୍ଲୀ:ଅବକାରୀ ପିଲିସି ଦୁର୍ନୀତି ମାମଲାରେ ଦଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା ଓ ପରେ ବିଳମ୍ବିତ ଅପରାହ୍ନରେ ଗିରଫ କରାଯିବା ପ୍ରସଙ୍ଗକୁ ନେଇ ଦିନ ତମାମ ଦିଲ୍ଲୀ ରାଜନୀତିରେ ସରଗରମ ଲାଗି ରହିଛି । ସିବିଆଇର ଗିରଫଦାରୀକୁ ନେଇ ସିଧାସଳଖ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଅସହିଷ୍ଣୁତା ଓ ଏକଛତ୍ରବାଦ ବୋଲି କହିବା ସହ ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି AAP କହିଛି ।

ଦିନ ତମାମ ସିସୋଦିଆଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ସଂଧ୍ୟାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସନ୍ତୋଷଜନକ ଉତ୍ତର ନମିଳିବା ଓ ତଦନ୍ତରେ ସହଯୋଗ ନକରିବା କାରଣରୁ ତାଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଗିରଫଦାରୀ ସୂଚନା ମିଳିବା ପରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀ ସିବିଆଇ ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ର ଓ ବିଜେପି ବିରୋଧୀ ନାରାବାଜୀ କରିଛନ୍ତି । ସିବିଆଇ ମୁଖ୍ୟାଳୟ ବାହାରେ ଧାରା 144 ଜାରି କରାଯିବା ସହ ପୋଲିସ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନରେ ଧାରଣାରେ ବସିଥିବା ଆପର ପ୍ରାୟ 50 କର୍ମକର୍ତ୍ତାଙ୍କୁ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଛାଡିନଥିବା ଜଣାପଡିଛି ।

ସିସୋଦିଆଙ୍କ ଗିରଫଦାରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପତ୍ନୀଙ୍କୁ ସାଙ୍ଗରେ ଧରି ସିସୋଦିଆଙ୍କ ବାସଭବନରେ ପହଞ୍ଚିଛନ୍ତି । ପରିବାର ସଦସ୍ୟଙ୍କୁ ନୈତିକ ସାହସ ଦେବା ପାଇଁ କେଜ୍ରିଓ୍ବାଲ ଦମ୍ପତି ସିସୋଦିଆଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ସିସୋଦିଆଙ୍କ ବାସଭବନରେ ପହଞ୍ଚିଛନ୍ତି । ଉଭୟ କେଜ୍ରିଓ୍ବାଲ ଓ ମାନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି । ସିସୋଦିଆ ଜଣେ ସ୍ବଚ୍ଛ ବ୍ୟକ୍ତିତ୍ବ । ଦିଲ୍ଲୀର ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବାରେ ତାଙ୍କର ବଡ ଭୂମିକା ରହିଛି । ତାଙ୍କୁ ଆଜି ଗିରଫ କରାଗଲା । ଦେଶର ରାଷ୍ଚ୍ରବାଦୀ ଲୋକଙ୍କ ଗିରଫଦାରୀ ଚାଲିଛି ବୋଲି କେଜ୍ରିଓ୍ବାଲ କହିଥିଲେ ।

ସେହିପରି ଦଳର ପ୍ରବକ୍ତାମାନେ ଘନ ଘନ ପ୍ରେସମିଟ କରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ କହି ବିଜେପିକୁ ଟାର୍ଗେଟ କରିଛନ୍ତି । ସିବିଆଇ ସିସୋଦିଆଙ୍କ ବିରୋଧରେ ଏକ ଟଙ୍କାର ଅଭିଯୋଗକୁ ମଧ୍ୟ କୋର୍ଟରେ ପ୍ରମାଣିତ କରିପାରିବ ନାହିଁ । ଦଳ ଏପରି ରାଜନୈତିକ ଆକ୍ରୋଶକୁ ଦେଖି ଡରିଯିବ ନାହିଁ ବୋଲି ଆପ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2023, 6:18 AM IST

ABOUT THE AUTHOR

...view details