ଓଡିଶା

odisha

ମହିଳା ହକି ପ୍ରୋଲିଗ୍: ଖେଳାଳିଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

By ETV Bharat Odisha Team

Published : Feb 10, 2024, 7:29 PM IST

ମହିଳା ହକି ପ୍ରୋଲିଗ: ଖେଳାଳିଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

Hockey Pro League 2024: ମହିଳା ହକି ପ୍ରୋଲିଗ୍ ଝାରସୁଗୁଡ଼ାରେ ପହଞ୍ଚିଲେ ପାଞ୍ଚଟି ମହିଳା ହକି ଟିମର ଖେଳାଳି । ଆଜି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମହିଳା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ବସ୍ ଯୋଗେ ରାଉରକେଲା ଯାଇଛନ୍ତି । ଏଥିରେ ଆମେରିକା, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ଭାରତ ଏବଂ ଚୀନର ମହିଳା ଅନ୍ତଃରାଷ୍ଟ୍ରୀୟ ହକି ଖେଳାଳିମାନେ ରହିଛନ୍ତି । ଏହି ଅବସରରେ ଝାରସୁଗୁଡା ବିନାନବନ୍ଦରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ତେବେ ହକି ଓଡ଼ିଶା ସଦସ୍ୟ ଜୀବନ ମହାନ୍ତି କହିଛନ୍ତି,"ଯେଉଁଭଳି ହକି ଖେଳର ଉଷ୍ମତା ଦେଶରେ ଦେଖା ଦେଇଛି, ଆଗକୁ ଆହୁରି ନୂଆ ନୂଆ ପ୍ରତିଭାଙ୍କ ଉଜାଗର ହେବ । ରାଜ୍ୟ ସରକାର ଦେଶର ଜାତୀୟ ଖେଳର ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଲାଇଛନ୍ତି । ହକି ଖେଳର ପ୍ରସାର ପ୍ରଚାର ପାଇଁ ତୃଣମୂଳ ସ୍ତରରୁ ଚେଷ୍ଟା କରିଛନ୍ତି ।" ଅନ୍ୟପଟେ ହକି ତାରକାଙ୍କ ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହର ସ୍ଥିତ ବିର୍ଶାମୁଣ୍ଡା ଷ୍ଟାଡିୟମ ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମହିଳା ହକି ପ୍ରୋଲିଗ ଖେଳାଯିବ ।

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details