ଓଡିଶା

odisha

ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - Congress Election Campaign

By ETV Bharat Odisha Team

Published : May 12, 2024, 10:37 PM IST

ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର (ETV Bharat Odisha)

Congress Election Campaign In Jatani Assembly ଖୋର୍ଦ୍ଧା:ନିର୍ବାଚନକୁ ନେଇ ସରଗରମ ରାଜନୀତି ପାଣିପାଗ । ପ୍ରଚାରକୁ ଜୋରଦାର କରି ଦମ ଦେଖାଇଛି କଂଗ୍ରେସ । ଗତ ନିର୍ବାଚନରେ ଜଟଣୀ କଂଗ୍ରେସ ହାତରେ ରହିଥିବା ବେଳେ ଏଥର ମଧ୍ୟ ଏହାକୁ ଅକ୍ତିଆର କରିବା ପାଇଁ ଆପ୍ରାଣ ଚଲାଇଛି କଂଗ୍ରେସ । ଏମନେଇ ଉଭୟ ବିଧାୟକ ପ୍ରାର୍ଥୀ ଓ ଭୁବନେଶ୍ବର ଲୋକସଭା ଆସନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜଟଣୀରେ ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛନ୍ତି । 

ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଜେନା । ସେହିପରି ଭୁବନେଶ୍ୱର ଲୋକସଭା ଆସନ କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଉଭୟ ଆଜି ଜଟଣୀ ପୌରାଞ୍ଚଳରେ ବିଶାଳ ବାଇକ ଶୋଭାଯାତ୍ରା କରି ଦମ ଦେଖାଇଛନ୍ତି । ଏହି ଅବସରରେ ସନ୍ତୋଷ ଜେନା କହିଛନ୍ତି, "ଏଥର ଜଟଣୀରେ ଡବଲ ହାତ ଚିହ୍ନରେ କଂଗ୍ରେସ ବହୁ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିବ । ବେକାରୀ ମୁକ୍ତ ଜଟଣୀ, ଆର୍ଥିକ ସ୍ୱାବଲମ୍ବୀ ଜଟଣୀ, କୃଷକଙ୍କୁ ସମସ୍ତ ସୁବିଧା ଓ ମହିଳାଙ୍କୁ ଅଗ୍ରାଧିକାର ମୁଦ୍ଦା ନେଇ ଆମେ ଲୋକଙ୍କ ନିକଟକୁ ଯାଉଛୁ ଏବଂ ଲୋକମାନେ ଆମକୁ ପୁର୍ଣ୍ଣ ସହଯୋଗ କରୁଛନ୍ତି । ତେଣୁ ଏଥର ଜଟଣୀରେ କଂଗ୍ରେସ ବାଜିମାତ କରିବ ।" 

ଏହା ମଧ୍ୟ ପଢ଼ନ୍ତୁ...ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ ପ୍ରଚାର - Congress Election Campaign

ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନାୱାଜ କହିଛନ୍ତି, "ଆମ ସହ ସାଧାରଣ ଜନତା ଓ ଯୁବକଙ୍କୁ ଶକ୍ତି ଅଛି ତେଣୁ ଏଥର ପରିବର୍ତ୍ତନ ନିଶ୍ଚିତ । ସାଧାରଣ ଜନତା ଉଭୟ ଦଳକୁ ବହୁ ଦିନ ଶାସନ ଗାଦିରେ ବସାଇ ସେମାନଙ୍କ ଶାସନ ଦେଖି ସାରିଲେଣି ତେଣୁ ଆଉ ନୁଁହ ଏଥର ପରିବର୍ତ୍ତନ ହେବ ।" 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details