ETV Bharat / politics

ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ ପ୍ରଚାର - Congress Election Campaign

author img

By ETV Bharat Odisha Team

Published : May 12, 2024, 5:28 PM IST

Krishna Chandra Sagarias Election Campaign In Jayadev: ପ୍ରଚାର ମଇଦାନରେ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ । ଡୋର ଟୁ ଡୋର ବୁଲି କରୁଛନ୍ତି ପ୍ରଚାର । ଅଧିକ ପଢ଼ନ୍ତୁ

ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ୍ ନିର୍ବାଚନ ପ୍ରଚାର
ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ୍ ନିର୍ବାଚନ ପ୍ରଚାର (ETV Bharat Odisha)

ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ୍ ନିର୍ବାଚନ ପ୍ରଚାର (ETV Bharat Odisha)

ନିଆଳି: ନିର୍ବାଚନକୁ ନେଇ ରାଜ୍ୟରେ ବଢ଼ୁଛି ଉଷ୍ଣତା । କଳବଳ କୌଶଳେ ଆସନ ଅକ୍ତିଆର କରିବା ଲକ୍ଷ୍ୟରେ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ନେତା । ଏହାରି ଭିତରେ ନିର୍ବାଚନକୁ ନେଇ ଏବେ ଆକ୍ସନ ମୁଡରେ କଂଗ୍ରେସ । ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ସହ ପରିବର୍ତ୍ତନ ନାରା ଦେଇ ଭୋଟରଙ୍କୁ ବୁଝାଉଛନ୍ତି ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡୀ କଂଗ୍ରେସ ପ୍ରାର୍ଥୀ । ଦିନ ରାତିକୁ ଏକ କରି କର୍ମୀ ସମ୍ମିଳନୀ, ବୈଠକ ଏବଂ ଅସନ୍ତୁଷ୍ଟମାନଙ୍କୁ ଏକାଠି କରିବା ପାଇଁ ବଳ ଲଗାଛି ଦଳ ।

ତେବେ ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି କୃଷ୍ଣ ଚନ୍ଦ୍ର ସଗରିଆ ଭୋଟ ଗ୍ରହଣକୁ ଆଉ ଦିନ କେଇଟା ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି କୃଷ୍ଣ । ଡୋର ଟୁ ଡୋର ବୁଲି ଭୋଟଙ୍କୁ ଆକୃଷ୍ଟ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି କୃଷ୍ଣ । ପ୍ରଚାର ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୃଷ୍ଣ ଚନ୍ଦ୍ର ସଗରିଆ କହିଛନ୍ତି, "କଂଗ୍ରେସର ମାରାଥନ ରାଲି ଚାଲିଛି । ଗତଥର ବିଜେଡିରୁ ଲଢ଼ି ଯିଏ ବିଧାୟକ ହୋଇଥିଲେ ତାଙ୍କୁ କେବଳ କ୍ଷମତା ଦରକାର । ସେଥିପାଇଁ ସେ ବିଜେପି ଯାଇ ଲଢ଼ୁଛନ୍ତି । ତାଙ୍କର କୌଣସି ବିଚାରଧାରା ନାହିଁ । ବିଚାରବିହୀନ ରାଜନେତା ସମାଜ ପାଇଁ କ୍ଷତିକାରକ । ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନେ ସଚେତନ ହୋଇସାରିଲେଣି ଏବଂ ନିଷ୍ପତ୍ତି ନେଲେଣି ଯେ, ବିକଳ୍ପ କେବଳ କଂଗ୍ରେସ ।"

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ୱର ବିଧାନସଭା ଆସନ: ତିନି ଦଳର ଅଙ୍କ ବିଗାଡିବେ ସ୍ୱାଧୀନ ପ୍ରାର୍ଥୀ - Balasore Assembly Constituency

ସେହିପରି କୃଷ୍ଣ ଚନ୍ଦ୍ର ସଗରିଆ ଆହୁରି ମଧ୍ୟ କହିଛନ୍ତି, "ଭୁବନେଶ୍ବର ଉପକଣ୍ଠରେ ଜୟଦେବ ଅବସ୍ଥିତ । କିନ୍ତୁ ଚାଷୀ ଏଠାରେ ହନ୍ତସନ୍ତ । ଏଠି ବିଜେଡିର 24 ବର୍ଷର ଶାସନ ଭିତରେ ଖଣ୍ଡେ ହେଲେ ଶୀତଳଭଣ୍ଡାର ନାହିଁ । ଜୟଦେବ ଅଞ୍ଚଳର ହେଉଛି ଚାଷୀ ପ୍ରବଣ ଅଞ୍ଚଳ କିନ୍ତୁ କୃଷକମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ବ୍ୟବସ୍ଥା ନାହିଁ । ଚାଷୀଙ୍କ ପାଇଁ କୌଣସି ସହାୟତା ନାହିଁ । ଚାଷୀମାନଙ୍କର ପବିତ୍ର ଅକ୍ଷୟ ତୃତୀୟ ଦିନ ବିହନ ଆସିନଥିଲା । ଧାନ ଚାଷ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ଚାଷୀ ବିହନ ମୁଠେ ପାଇନାହାନ୍ତି । ଭାରତରେ ଜୟ ଯବାନ ଜୟ କିଷାନର ନାରା ଦିଆଯାଉଛି । ହେଲେ ଚାଷୀ ଏଠି ଅବହେଳିତ । ଜୟଦେବବାସୀ ନିଷ୍ପତ୍ତି ନେଇ ସାରିଲେଣି ଯେ, ଏଥର ବିଜେଡି ଓ ବିଜେପିକୁ ପ୍ରତ୍ୟାଖାନ କରିବେ ଓ କଂଗ୍ରେସକୁ ଭୋଟ ଦେବେ ।" କଂଗ୍ରେସ ପକ୍ଷରୁ ଆଜି ଅଭୟମୁଖି, ଗିରିଙ୍ଗଶ୍ବର, ବିଭିନ୍ନ ବଜାର ଘାଟରେ ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.