ଓଡିଶା

odisha

ସରିଲା ନିର୍ବାଚନୀ ସଭା, ଅଲୋଡ଼ା ହେଲେ ମହାପ୍ରଭୁ; ଧୁ ଧୁ ଖରାରୁ ଜଗନ୍ନାଥ ମୂର୍ତ୍ତି ଉଦ୍ଧାର କଲେ ଲୋକେ - Disrespect to Jagannath Idol

By ETV Bharat Odisha Team

Published : Apr 21, 2024, 7:56 PM IST

Disrespect to Jagannath Idol: ନିର୍ବାଚନୀ ସଭା ସରିବା ପରେ ଟେଣ୍ଟ୍‌ ହାଉସ୍‌ ମାଲିକ ମହାପ୍ରଭୁଙ୍କ ମୂର୍ତ୍ତିକୁ ପଡିଆ ମଝିରେ ଖୋଲାରେ ଛାଡି ପଳାଇଗଲେ । ଧୁ ଧୁ ଖରାରୁ ଜଗନ୍ନାଥ ମୂର୍ତ୍ତି ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

Disrespect to Jagannath Idol
Disrespect to Jagannath Idol

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଣି ଅପମାନ । ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦରେ ନଜରକୁ ଆସିଛି ଏହି ଅଭାବନୀୟ ଘଟଣା । ସଭାକାର୍ଯ୍ୟ ସରିବା ପରେ ଟେଣ୍ଟ୍‌ ହାଉସ୍‌ ମାଲିକ ମହାପ୍ରଭୁଙ୍କ ମୂର୍ତ୍ତିକୁ ପଡିଆ ମଝିରେ ଖୋଲାରେ ଛାଡି ପଳାଇଗଲେ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଡହ ଡହ ଖରାରେ ଖୋଲା ପଡିଆ ମଝିରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଗଲେ । ଏହି ଦୃଶ୍ୟ ନଜରକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପୁରୀ ଜିଲ୍ଲା ପ୍ରଶାସନ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ମହାପ୍ରଭଙ୍କୁ ପୁଣି ଅପମାନ

ସୂଚନା ଅନୁଯାୟୀ ଗତ ୧୯ ତାରିଖରେ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହେଇଥିଲା । କାର୍ଯକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ତେବେ ବହୁ ଆଡମ୍ବରରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ହେଲେ ନିର୍ବାଚନୀ ସଭା ସରିବା ପରେ ଟେଣ୍ଟ୍‌ ହାଉସ୍‌ ମାଲିକ ସବୁ ସାମଗ୍ରୀ ନେଇଥିବା ବେଳେ ମହାପ୍ରଭୁଙ୍କ ମୂର୍ତ୍ତି ସହ କିଛି ସାମଗ୍ରୀ ପଡିଆରେ ଦୁଇ ଦିନ ହେବ ରଖିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଏକ ଅଖାରେ ଗୁଡ଼ାଇ ରଖିଥିଲେ । ତେବେ ପବନ ଯୋଗୁଁ ଅଖା ବସ୍ତାଟି ଚିରି ଯିବାରୁ ଏହା ଭିତରେ ମହାପ୍ରଭୁଙ୍କ ମୂର୍ତ୍ତି ଥିବା ଦେଖାଯାଇଥିଲା । ଧୁ ଧୁ ଖରାରେ ପଡି ରହିଥିଲେ ପ୍ରଭୁ ଜଗନ୍ନାଥ । ସେହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଉ ସହିପାରିନଥିଲେ । ଏଭଳି ଅପମାନ କରିଥିବା ବ୍ୟକ୍ତି ବିଶେଷକୁ କଡ଼ା ସମାଲୋଚନା ପରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଛତିଶଗଡର କିରନ୍ଦୁଲ ମନ୍ଦିରରେ ସ୍ଥାପିତ ହେବ କୋରାପୁଟରେ ନିର୍ମିତ ଜଗନ୍ନାଥ ବିଗ୍ରହ - koraput made jagannath idol

ତେବେ ସଭା କାର୍ଯ୍ୟ ଦୁଇ ଦିନ ହେବ ସରିଥିବା ବେଳେ କାହିଁକି ଟେଣ୍ଟ୍‌ ହାଉସ୍‌ ମାଲିକ ଏଭଳି ଖାମ ଖିଆଲି ଢଙ୍ଗରେ ପଡିଆ ମଝିରେ ପରିତ୍ୟକ୍ତ ଭାବେ ମହାପ୍ରଭୁଙ୍କୁ ଛାଡି ପଳାଇଲେ, ତାହା ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି । କୋଟି ଓଡିଆଙ୍କ ମଉଡ଼ ମଣି, କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଏଭଳି ଅପମାନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିପାରିନାହାନ୍ତି । ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତେ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details