ଓଡିଶା

odisha

ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ - Sunstroke

By ETV Bharat Odisha Team

Published : Apr 30, 2024, 6:40 PM IST

Precaution For Sunstroke: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଅଂଶୁଘାତରୁ କିପରି ରକ୍ଷା ପାଇହେବ ସେନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ
ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ଯେତିକି ଯୋରରେ ବଢ଼ୁଛି ଅଂଶୁଘାତ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ସେତିକି ବୃଦ୍ଧି ପାଉଛି । ଅଂଶୁଘାତରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଥିବା ବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ମଧ୍ୟ ବଢ଼ୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁ ଅଧିକ ଜଣ ଅଂଶୁଘାତରେ ପୀଡ଼ିତ ହେଲେଣି । ଯାହାକୁ ନେଇ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ବର୍ତ୍ତମାନ ଅଂଶୁଘାତ ଏକ ଜଟିଳ ସମସ୍ୟା ପାଲଟିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଏସିଆରେ ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାରୁ କିଛି ସହର ରହିଛି । ଆଜି ସୁଦ୍ଧା 367 ଜଣ ଚିକିତ୍ସା ପାଇଁ ଆସିଛନ୍ତି । ସେଥିମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୬୦ଜଣ ରହିଛନ୍ତି । ଏହାସହ ମୟୂରଭଞ୍ଜରେ ୫୦ ରହିଥିବା ସହ ଦୁଇ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ସୂଚନା ରହିଛି । ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଖରାକୁ ନଯାଆନ୍ତୁ, ଘର ମଧ୍ୟରେ ରୁହନ୍ତୁ । ଆବଶ୍ୟକ ନପଡ଼ିଲେ ବାହାରକୁ ବାହାରନ୍ତୁ ନାହିଁ । ଯଦି ବାହାରକୁ ଯାଉଛନ୍ତି ତେବେ ଓଦା ଗାମୁଛା, ଗଛ ଛାଇରେ ରୁହନ୍ତୁ । ଅଂଶୁଘାତ ଜନିତ କିଛି ଲକ୍ଷଣ ଦେଖାଦେଲେ ସେଥିପ୍ରତି ସତର୍କ ରୁହନ୍ତୁ ।"

ନିରଞ୍ଜନ ମିଶ୍ର ଏହା ମଧ୍ୟ କହିଛନ୍ତି, "ଅଂଶୁଘାତ ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ୍‌ର ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି ପାଇଁ ଜିଲ୍ଲା ସ୍ତରରେ ଟିମ ପ୍ରସ୍ତୁତ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ବରରେ ରେକର୍ଡ ଭାଙ୍ଗିଲା ପାରା, ଟପିଲା ୪୬ ଡିଗ୍ରୀ, ରାଜଧାନୀରେ ୪୫.୪ - HIGH TEMPERATURE IN ODISHA

ସୂଚନା ଅନୁଯାୟୀ, ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ବେଡ୍‌ ସିଏଚସିରେ ୨ ଟି ଓ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରହିଛି । ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେଶନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତରମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପ୍ରତିଦିନ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯାଉଛି ।

ଅଂଶୁଘାତର ଲକ୍ଷଣ:

* ଜିଭ ଶୁଖିଯିବା

* ବାନ୍ତି ଲାଗିବା

* ରକ୍ତଚାପ ନିମ୍ନସ୍ତରକୁ ଆସିବା

* ଦେହ ହାତ ଘୋଳା ବିନ୍ଧା ହେବା

* ଶରୀରରୁ ଗମଗମ ଝାଳ ବାହାରିବା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details