ଓଡିଶା

odisha

ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ, ପରୀକ୍ଷା ପେ ଚର୍ଚ୍ଚାରେ ହେଲେ ସାମିଲ

By ETV Bharat Odisha Team

Published : Jan 29, 2024, 5:08 PM IST

Governor Raghubar Das Visits Subarnapur: ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ଆସି ସହରର କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ
ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ

ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ

ସୁବର୍ଣ୍ଣପୁର: ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ଆସି ସହରର କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କ ସହିତ ପରୀକ୍ଷା ପେ ଚର୍ଚ୍ଚା କରୁଥିବା ବେଳେ ରାଜ୍ୟପାଳ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭଭିଷ୍ୟତ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ରାଜ୍ୟପାଳ ।

ତେବେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ପରୀକ୍ଷା ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ପ୍ରମାଣ ପତ୍ର ପାଇବାକୁ ଦେଉଥିବା ବାର୍ଷିକ ପରୀକ୍ଷା ତାଙ୍କ ପାଇଁ ବୋଝ ହୋଇଯାଏ । ଚାପ ମୁକ୍ତ ହୋଇ ପରୀକ୍ଷା ପ୍ରକୋଷ୍ଠରେ ବସି ମିଳିଥିବା ପ୍ରଶ୍ନର ଉତ୍ତର ଲେଖିବା ପାଇଁ ବର୍ଷ ସାରା 365 ଦିନ ଛାତ୍ରଛାତ୍ରୀ ପରିଶ୍ରମ କରିଥାନ୍ତି । ଆଉ ଶେଷ ବେଳକୁ ବି ପରୀକ୍ଷାର ପ୍ରଶ୍ନୋତ୍ତର ଦେବା ପାଇଁ ମାନସିକ ଭାରାକ୍ରାନ୍ତ ହୋଇଥାନ୍ତି । ଚାପ ମୁକ୍ତ ହୋଇ ପରୀକ୍ଷାରେ ପ୍ରତ୍ୟେକ ପ୍ରଶ୍ନର ସଠିକ ଉତ୍ତର ଦେବା ପାଇଁ ଛାତ୍ରଛାତ୍ରୀମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।

ଏହି ଅବସରରେ ରାଜ୍ୟପାଳ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ପ୍ରତ୍ୟେକ ଛାତ୍ରଛାତ୍ରୀ ସାମିଲ ହୋଇ କିଭଳି ଜୀବନରେ ଚାପ ମୁକ୍ତ ହୋଇ ନିଜ କାର୍ଯ୍ୟ ଓ ଦାୟିତ୍ୱ ସମ୍ପାଦନ କରି ପାରିବେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜ ଅଭିଜ୍ଞତାରୁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥାନ୍ତି । ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟକୁ ବିଶ୍ଲେଷଣ କରିବା, ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖିବା, ପିତାମାତାଙ୍କୁ ସବୁ ସମୟରେ ସତ କହିବା, ନିଜ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ପିତାମାତାଙ୍କୁ ସୂଚନା ପ୍ରଦାନ କରିବା, ଅଧ୍ୟୟନ ପାଇଁ ନିଜ ସର୍ବନିମ୍ନ ଆବଶ୍ୟକତା ମାତାପିତାଙ୍କ ଆଗରେ ପ୍ରକାଶ କରିବା, ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜନଙ୍କ ଉପଦେଶ ଶୁଣି ନିଜ ଜୀବନରେ ପାଳନ କରିବା, ଖୋଲାଖୋଲି ଭାବେ ନିଜ ସମସ୍ୟା ଶିକ୍ଷକ ଓ ଅଭିଭାବକଙ୍କ ଆଗରେ ପ୍ରକାଶ କରିବା, ଶିକ୍ଷାଗତ ଜୀବନେ କୌଣସି କାର୍ଯ୍ୟକୁ ନ ଲୁଚାଇଲେ ଛାତ୍ରଛାତ୍ରୀମାନେ ନିଜକୁ ଜଣେ ଶିକ୍ଷିତ ଓ ଯୋଗ୍ୟ ଭାବେ ସୁନାଗରିକ ହୋଇ ନିଜକୁ ଗଢି ତୋଳି ପାରିବେ । ରାଷ୍ଟ୍ରର ସୁରକ୍ଷା, ରାଷ୍ଟ୍ରର ବିକାଶ ପାଇଁ ଛାତ୍ରଛାତ୍ରୀ ନିଜ ଭିତରେ ଦେଶାତ୍ମବୋଧକ ଭାବ ସୃଷ୍ଟି କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ....ବଲାଙ୍ଗୀର ଗସ୍ତରେ ରାଜ୍ୟପାଳ, ସୁସ୍ଥ ଏବଂ ସମୃଦ୍ଧି ପାଇଁ ଦେଲେ ଗୁରୁମନ୍ତ୍ର

ତେବେ ରାଜ୍ୟପାଳ ରଘୁବର ଦାସ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ବିଦ୍ୟାଳୟର ଶୈକ୍ଷିକ ପରିବେଶ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ସେପଟେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟପାଳଙ୍କୁ ପାଖରେ ପାଇ ତାଙ୍କର ଉପଦେଶ ଶୁଣି ବେଶ ଉତ୍ସାହିତ ହୋଇଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details