ଓଡିଶା

odisha

ରାଜ୍ୟ ସରକାରଙ୍କ ଅପାରଗତା ଲୋକଙ୍କୁ କଷ୍ଟ ଦେଇଛି: ଧର୍ମେନ୍ଦ୍ର - dharmendra pradhan visits kharial

By ETV Bharat Odisha Team

Published : May 4, 2024, 5:39 PM IST

KHARIAR ASSEMBLY CONSTITUENCY: ଖଡ଼ିଆଳରେ ଆୟୋଜିତ ହେଲା ବିଜେପିର ବିଶାଳ ପରିବର୍ତ୍ତନ ସମାବେଶ । ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୋଡି ଫୁଲ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଅପାରଗତା ଲୋକଙ୍କୁ କଷ୍ଟ ଦେଇଛି :ଧର୍ମେନ୍ଦ୍ର
ରାଜ୍ୟ ସରକାରଙ୍କ ଅପାରଗତା ଲୋକଙ୍କୁ କଷ୍ଟ ଦେଇଛି :ଧର୍ମେନ୍ଦ୍ର (ETV BHARAT ODISHA)

ରାଜ୍ୟ ସରକାରଙ୍କ ଅପାରଗତା ଲୋକଙ୍କୁ କଷ୍ଟ ଦେଇଛି :ଧର୍ମେନ୍ଦ୍ର (ETV BHARAT ODISHA)

ନୂଆପଡା:ସରଗରମ ହୋଇଛି ନୂଆପଡା ରଜନୀତି ।ନିର୍ବାଚନୀ ପ୍ରଚାର ପାଇଁ ଖଡ଼ିଆଳ ଗସ୍ତରେ ଆସିଥିଲେ କେନ୍ଦ୍ରଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବର୍ତ୍ତନ ସମାବେଶର ବିଶାଳ ଜନ ସମାବେଶକୁ ସମ୍ବୋଧନ କରିଛନ୍ତି ସେ । ପ୍ରଥମେ ଖଡ଼ିଆଳ ଗଡ଼ ରକ୍ଷକ ମା' ରକ୍ତାମ୍ବରୀ ଇଷ୍ଟ୍ରଦେବୀ ମା' ସମଲେଶ୍ବରୀ ମହାପ୍ରଭୁ ଜଗନ୍ନାଥଙ୍କ ସ୍ଲୋଗାନ ଦେଇ ଉଦବୋଧନ ଆରମ୍ଭ କରିଥିଲେ । ରାଜ୍ୟ ନବୀନ ସରକାରଙ୍କ ବିରୋଧରେ ଗର୍ଜିଥିଲେ ସେ । ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିଫୁଳ ମାତ୍ରାରେ ଭୋଟ ଦେଇ ବିଜେପି ସରକାର ଗଢିବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "24ବର୍ଷର ରାଜ୍ୟ ସରକାରଙ୍କ ଅପାରଗତା ଦୁର୍ନୀତି ସମ୍ବେଦନଶୀଳତା ଲୋକଙ୍କୁ କଷ୍ଟ ଦେଇଛି । ଯେଉଁ ସରକାର ଲୋକଙ୍କୁ ବିଷୁଦ୍ଧ ଜଳ , କ୍ଷେତକୁ ଜଳସେଚନ, ଡାକ୍ତରଖାନାରେ ଡାକ୍ତର , ବିଦ୍ୟାଳୟରେ ଶିକ୍ଷକ , ଲୋକଙ୍କୁ ନିଯୁକ୍ତି ରୋଜଗାର ଦେଇପାରିଲା ନାହିଁ । ସେହି ସରକାର ରାଜ୍ୟରେ ରହିବା ଦରକାର ନାହିଁ । ଏଥର ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀ ଆଶୀର୍ବାଦ କରି ସରକାର ପରିବର୍ତ୍ତନ କରିବା ପାଇଁ ମନ ବଳେଇଲେଣି । ଏଥର ଖଡ଼ିଆଳବାସୀ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂ ଦେଓ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କୁ ବିଜୟୀ କରି ସରକାର ପରିବର୍ତ୍ତନ କରିବେ ।"

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପ୍ରତିଫଳିତ ହୋଇଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକେ ବୁଝି ପାରିଲେଣି, ଏଥର ନବୀନ ସରକାରକୁ ଭୋଟର ବିତାଡିତ କରିବା ସହିତ ଭାରତୀୟ ଜନତା ପାର୍ଟିର ଡବଲ୍ ଇଞ୍ଜିନ ସରକାର ଗଠନ ହେବ ବୋଲି ଉଭୟେ ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂ ଦେଓ ଏବଂ ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ମୋଦିଙ୍କ ଫୋକସରେ ଓଡିଶା: ଗୋଟିଏ ସପ୍ତାହରେ 2 ଥର ଗସ୍ତ, ରୋଡ ସୋ’ ଓ ପ୍ରଚାର କରିବେ - PM MODI ODISHA VISIT

ଆୟୋଜିତ ପରିବର୍ତ୍ତନ ସମାବେଶ ସଭାରେ ଜିଲ୍ଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ସଭାପତିତ୍ବ କରିଥିବା ବରିଷ୍ଠ ଭାଜପା ନେତା ଶିବ ପ୍ରସାଦ ମୁଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଆଦିବାସୀ ନେତା ବିକ୍ରମ ମାଝୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ ସମେତ ଶହ ଶହ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details