ଓଡିଶା

odisha

ବନ୍ଧା ହେବେ ସାଂସଦ ଅନୁଭବ ମହାନ୍ତି ! NBW ଜାରି କଲେ କଟକ JMFC କୋର୍ଟ - Anubhav Mohanty

By ETV Bharat Odisha Team

Published : May 13, 2024, 1:35 PM IST

Updated : May 13, 2024, 2:14 PM IST

NBW Issued against Anubhav Mohanty: ଖୁବଶୀଘ୍ର ଗିରଫ ହେବେ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି । ଅନୁଭବ ମହାନ୍ତିଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା। ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଟକ JMFC କୋର୍ଟ । ଅଧିକ ପଢନ୍ତୁ

ଗିରଫ ହେବେ ଅନୁଭବ! NBW ଜାରି କଲେ କଟକ JMFC କୋର୍ଟ
ଗିରଫ ହେବେ ଅନୁଭବ! NBW ଜାରି କଲେ କଟକ JMFC କୋର୍ଟ (ETV Bharat Odisha)

ଗିରଫ ହେବେ ଅନୁଭବ! NBW ଜାରି କଲେ କଟକ JMFC କୋର୍ଟ (ETV Bharat Odisha)

କଟକ:ବଢିଲା ଅଭିନେତାରୁ ନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ । ଗିରଫ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି କଲେ କଟକ JMFC କୋର୍ଟ । ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି (MP /MLA) ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନା ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ ।

ବର୍ଷାଙ୍କ ଏତଲା ଆଧାରରେ ଚାର୍ଜଫ୍ରେମ କରିବା ପାଇଁ କୋର୍ଟ ଅନୁଭବଙ୍କୁ ହାଜର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅନୁଭବ ଚାର୍ଜଫ୍ରେମ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ଯାହାକୁ ନେଇ ବର୍ତ୍ତମାନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ଆସନ୍ତା ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ବେଳେ ଅନୁଭବ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏନେଇ ଅନୁଭବ ହାଜର କରାଇବାକୁ ପୁରୀଘାଟ ଥାନା ଆଇଆଇସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କ ବିରୁଦ୍ଧରେ NBW ଜାରି କରିଛନ୍ତି କୋର୍ଟ । ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇ ବିରୁଦ୍ଧରେ କୋର୍ଟ NBW ଜାରି କରିଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ଆଫ୍ରଜ ଅହମ୍ମଦ ।

ସୂଚନା ଅନୁସାରେ, ୨୦୨୦ ମସିହାରେ ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ଦଫା-୪୯୮(କ), ୩୪୧, ୫୦୬ ଓ ୩୪ ଅନୁସାରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩ ମସିହା ଡିସେମ୍ବର ୧୮ ତାରିଖରେ ପୋଲିସ ପ୍ରଥମେ ଚାର୍ଜସିଟ ଦାଖଲ କରିଥିଲା ।

ଉପଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବଙ୍କ ତରଫରୁ ଏକ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଅନୁଭବଙ୍କ ପିଟିସନକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଯାହା ପରେ କୋର୍ଟ ଏହାର ଶୁଣାଣି କରି ମାମଲାକୁ ଖାରଜ କରିବା ସହ ଚାର୍ଜଫ୍ରେମ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମାମଲାର ଶୁଣାଣି ସମୟରେ ସେମାନେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ଗତ ମେ ୧୦ରେ ଚାର୍ଜଫ୍ରେମ ପାଇଁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅନୁଭବ ବ୍ୟକ୍ତିଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ । ଆଜି ବି ତାଙ୍କୁ ଚାର୍ଜଫ୍ରେମ ପାଇଁ ଡକାଯାଇଥିଲା । ସେ ଆଜି ମଧ୍ୟ ସମାନ କତା କହି ହାଜର ହୋଇନଥିଲେ । ଯାହା ପରେ କୋର୍ଟର ସମୟ ନଷ୍ଟ ଏବଂ ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ:ବଢ଼ିଲା ଅନୁଭବ ମହାନ୍ତିଙ୍କ ଅଡୁଆ, ୧୦ରେ ଦାଖଲ ହେବ ଚାର୍ଜଫ୍ରେମ

କଟକ, ଇଟିଭି ଭାରତ

Last Updated : May 13, 2024, 2:14 PM IST

ABOUT THE AUTHOR

...view details