ଓଡିଶା

odisha

ଛୁଟିରେ ଶ୍ରମ ଅଧିକାରୀ; ଅଫିସରେ ତାଲା ଝୁଲାଇଲା ଶ୍ରମିକ ସଂଗଠନ

By ETV Bharat Odisha Team

Published : Jan 30, 2024, 9:23 AM IST

Labour Union Protest In Nabarangpur: ନବରଙ୍ଗପୁର ଜିଲ୍ଲାରେ ଶ୍ରମ ଅଧିକାରୀ ନଥିବାରୁ ବହୁ ଅସୁବିଧାର ସମ୍ମୁଖାନ ହୋଉଛନ୍ତି ଶ୍ରମିକ । ଏହାର ପ୍ରତିବାଦରେ ଶ୍ରମ କାର୍ଯ୍ୟାଳୟରେ ତାଲା ପକାଇଲେ ଅନ୍ଦୋଳନକାରୀ । ଅଧିକ ପଢନ୍ତୁ

ଶ୍ରମ ଅଧିକାରୀ ନିଯୁକ୍ତି ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ ସଂଗଠନ
ଶ୍ରମ ଅଧିକାରୀ ନିଯୁକ୍ତି ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ ସଂଗଠନ

ଶ୍ରମ ଅଧିକାରୀ ନିଯୁକ୍ତି ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ ସଂଗଠନ

ନବରଙ୍ଗପୁର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଝୁଲିଲା ତାଲା । ଶ୍ରମ ଅଧିକାରୀ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିବାରୁ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସୋମବାର ପ୍ରତିବାଦକୁ ଓହ୍ଲାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଗୋଟିଏ ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି । ଏଣୁ ଦୀର୍ଘ ଦିନ ହେଲା ସେ ଛୁଟିରେ ରହିଛନ୍ତି । ଯାହାଫଳରେ ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ଶ୍ରମିକ ସଂଗଠନ ।

ତେବେ ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା ଏବଂ ଶିକ୍ଷା ସହାୟତା ରାଶି ପାଇ ପାରୁନାହାନ୍ତି । ଏହାସହ ନବୀକରଣ ଏବଂ ନୂତନ ପଞ୍ଜିକରଣ ଇତ୍ୟାଦି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସୋମବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଶ୍ରମିକ । ଫଳରେ କାର୍ଯ୍ୟାଳୟ ଭିତରେ ସମସ୍ତ କର୍ମଚାରୀ ଦୀର୍ଘ ସମୟ ଧରି ଫସି ରହିଥିଲେ । ଏଥିରେ ଜିଲ୍ଲା ରାଜ ମିସ୍ତ୍ରୀ ମହାସଂଘ, ଭାରତୀୟ ମଜଦୂର ସଂଘ, ଓଡିଶା କଂଷ୍ଟ୍ରକସନ ୱାରକର ୟୁନିୟନ ଓ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ସମେତ ଜିଲ୍ଲାର ୨୫ଟି ସଂଗଠନ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ


ଅନ୍ୟପଟେ ଶ୍ରମିକ ସଂଗଠନଗୁଡିକ ଦାବି କରିଛନ୍ତି ଯେଉଁ ଦିନ ଯାଏଁ ଜିଲ୍ଲା ଶ୍ରମ ଅଧିକାରୀ ନିଯୁକ୍ତି ହେବାର ନିର୍ଭର ପ୍ରତିଶ୍ରୁତି ଦିଆନଯିବ ସେହି ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏକ ମାସରୁ ଅଧିକ ହେବ ଶ୍ରମ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ଜିଲ୍ଲାର ସମସ୍ତ କାର୍ଯ୍ୟ ବନ୍ଦ ରହିଛି ।

ତେବେ ଗତ ୧୫ ତାରିଖ ଦିନ ଦାବି ପୂରଣ ପାଇଁ ମଣ୍ଡଳ ଶ୍ରମ ଆୟୁକ୍ତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ସମସ୍ତ ଶ୍ରମିକ ସଂଗଠନ ତରଫରୁ ନବରଙ୍ଗପୁର ଶ୍ରମ କାର୍ଯ୍ୟାଳୟକୁ ତାଲା ଦେଇ ବନ୍ଦ କରାଯାଇଛି । କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ପରମେଶ୍ବର ବିଷୋୟୀ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details