ସମ୍ବଲପୁର: ଗର୍ଜିଲେ ଚାଷୀ । ଆଜି ସମ୍ବଲପୁର ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କୃଷକ ସଂଗଠନର ଚାଷୀ ମାନେ ବିକ୍ଷୋଭ ସମାବେଶ କରିଛନ୍ତି l ସଂଯୁକ୍ତା କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଆଜି ଏହି ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ ଉପଖଣ୍ଡ ସହ 9ଟି ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀ ସାମିଲ ହୋଇଥିଲେ l କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଅନେକ ଚାଷୀ ନୀତି ବିରୋଧରେ ଗର୍ଜିଥିବା ଦେଖିବାକୁ ମିଳିଛି । ନିଜ ଦାବି ଉପସ୍ଥାପନା କରିବା ସହିତ ବିଭିନ୍ନ ପ୍ରସଙ୍ଗ ବିରୋଧରେ ନାରା ବାଜି କରୁଥିବା ଦେଖିବାକୁ ମିଳିଛି ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୋୟ ସମିତି, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ତ୍ରୁଟି ପୂର୍ଣ୍ଣ କହି ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି l ମୁଖ୍ୟତଃ ସ୍ବାମୀନାଥନ କମିଶନର ସୁପାରିଶକୁ ଲାଗୁ କରିବା, ଏମଏସପିକୁ ମାନ୍ୟତା ଦେବା, ଚାଷୀ ଆନ୍ଦୋଳନ ଉପରେ ଦମନ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଛି l ଏହି ଅବସରରେରେ କେନ୍ଦ୍ର ସରକାରଙ୍କ କୃଷି ନୀତି ଓ ରାଜ୍ୟ ସରକାରଙ୍କ କୃଷି ନୀତି ତଥା ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଜାହିର କରିବା ସହ ସରକାର ବିରୋଧୀ ନାରାବାଜି କରିଥିଲେ l