ଓଡିଶା

odisha

ଜାତୀୟ ସ୍ତରରେ କବାଡ଼ି ଖେଳିବେ ଡେଲାଙ୍ଗ ଝିଅ, ଆନ୍ଧ୍ରପ୍ରଦେଶ ଯାତ୍ରା

By ETV Bharat Odisha Team

Published : Jan 23, 2024, 2:52 PM IST

Kabaddi player Monalisha: ଜାତୀୟ ସ୍ତରରେ କବାଡ଼ି ଖେଳିବେ ପୁରୀ ଝିଅ ମୋନାଲିସା ପ୍ରଧାନ। ଅଧିକ ପଢନ୍ତୁ ।

ଜାତୀୟ ସ୍ତରରେ କବାଡି ଖେଳିବେ ଡେଲାଙ୍ଗ ଝିଅ
ଜାତୀୟ ସ୍ତରରେ କବାଡି ଖେଳିବେ ଡେଲାଙ୍ଗ ଝିଅ

ଜାତୀୟ ସ୍ତରରେ କବାଡି ଖେଳିବେ ଡେଲାଙ୍ଗ ଝିଅ

ନିମାପଡା: ଜାତୀୟ ସ୍ତରରେ କବାଡି ଖେଳିବେ ପୁରୀ ଝିଅ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଉତ୍କଳ ଗୌରବ ବିଦ୍ୟା ନିକେତନ ବିଦ୍ୟାଳୟର ଛାତ୍ରୀ ମୋନାଲିସା ପ୍ରଧାନ ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ୧୪ ବର୍ଷରୁ କମ ବର୍ଗରେ କବାଡ଼ି ଖେଳିବେ ମୋନାଲିସା ପ୍ରଧାନ। ଏନେଇ ଜାନୁଆରୀ 28ରେ ଆନ୍ଧ୍ରପ୍ରଦେଶ ଯାତ୍ରା କରିବେ ମୋନାଲିସା । ମୋନାଲିସାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଜାତୀୟ ସ୍ତରରେ କବାଡ଼ି ଖେଳିବେ ପୁରୀ ଝିଅ ମୋନାଲିସା ପ୍ରଧାନ । ଯେଉଁଥିପାଇଁ ସେ 28 ଜାନୁଆରୀରେ ଆନ୍ଧ୍ରପ୍ରଦେଶ ଯାତ୍ରା କରିବେ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସିଂହ ବ୍ରହ୍ମପୁର ପଞ୍ଚାୟତର ଉତ୍କଳ ଗୌରବ ବିଦ୍ୟା ନିକେତନ ବିଦ୍ୟାଳୟର ଛାତ୍ରୀ ମୋନାଲିସା ପ୍ରଧାନ ଜାତୀୟ ସ୍ତରରେ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । 14 ବର୍ଷରୁ କମ ବର୍ଗର ପ୍ରତିଯୋଗିତାରେ ଓଡିଶା ପାଇଁ ଖେଳିବେ ମୋନାଲିସା । ଆନ୍ଧ୍ରପ୍ରଦେଶ କଡପାରେ ଏହି ମ୍ୟାଚ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ.. ଜାତୀୟସ୍ତରର କବାଡ଼ି ଖେଳାଳି ଏବେ ଦିନ ମଜୁରିଆ, ପେଟ ପାଟଣା ପାଇଁ କରୁଛନ୍ତି ସଂଘର୍ଷ

ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସଂଗଠନ ତରଫରୁ 14 ବର୍ଷରୁ କମ ବାଳିକା ବିଭାଗରେ କବାଡ଼ି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏଥିରେ ଭାଗ ନେଇ ଭଲ ପ୍ରଦର୍ଶନ କରିଥିଲେ ମୋନାଲିସା ପ୍ରଧାନ । ଏହାପରେ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଓ ଗଞ୍ଜାମରେ ରାଜ୍ୟ ସ୍ତରୀୟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଭଲ ପ୍ରଦର୍ଶନ କରିଥିଲେ । ଯାହାପରେ ଜାତୀୟ ସ୍ତରର ମ୍ୟାଚ ଖେଳିବାକୁ ମନୋନୀତ ହୋଇଛନ୍ତି ।

ଏନେଇ ମୋନାଲିସାଙ୍କ କ୍ରୀଡା ଶିକ୍ଷକ ପୁରସ୍ତମ ମୁଦୁଲି, ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ସ୍ଥାନୀୟ ସରପଞ୍ଚ ରଶ୍ମିତା ବେହେରା, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ ଏବଂ ଅଞ୍ଚଳର ବୃଦ୍ଧିଜୀବୀମାନେ ମୋନାଲିସାଙ୍କୁ ବେଶ ପ୍ରଶଂସା କରିଛନ୍ତି । ଜାତୀୟ ସ୍ତରରେ ବି ଭଲ ଖେଳି ଓଡ଼ିଶା ପାଇଁ ଇତିହାସ ରଚିବା ନେଇ ଆଶାବାଦୀ ଅଛନ୍ତି ମୋନାଲିସାଙ୍କ କ୍ରୀଡ଼ା ଶିକ୍ଷକ। ତେବେ ମୋନାଲିସା ଜାତୀୟ ସ୍ତରକୁ ଚୟନ ହୋଇଥିବାରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ ପାଇଁ ସୁନାମ ଆଣିଥିଲା ବେଳେ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଛନ୍ତି । ଏବେ ସମସ୍ତେ ମୋନାଲିସା ଜାତୀୟ ସ୍ତରରେ ଭଲ ଖେଳି ଦେଶ ପାଇଁ ସୁନାମ ଆଣିବେ ବୋଲି ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details