ହାଇଦ୍ରାବାଦ:ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟ ଖେଳିବେ ନାହିଁ ବିରାଟ କୋହଲି । ବ୍ୟକ୍ତିଗତ କାରଣ ଯୋଗୁଁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳି ନଥିଲେ । ସମାନ କାରଣ ଯୋଗୁଁ ମଧ୍ୟ ବାକି 3 ଟି ମ୍ୟାଚ ଖେଳିବେ ନାହିଁ । ଏହି ଖବର କ୍ରିକେଟ ପ୍ରେମିଙ୍କୁ ନିରାଶ କରିଛି । ବ୍ୟକ୍ତିଗତ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳଠାରୁ ଦୂରେଇ ରହିଛନ୍ତି । ବିରାଟଙ୍କ ଏପରି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟେରାନ ଦ୍ରୁତ ବୋଲର ଡେଲ୍ ଷ୍ଟେନ । ପରିବାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ବୋଲି କହିଛନ୍ତି ଡେଲ୍ ଷ୍ଟେନ ।
ଡେଲ୍ ଷ୍ଟେନ କହିଛନ୍ତି, ''ପରିବାର ହେଉଛି ସବୁଠାରୁ ପ୍ରଥମ ପ୍ରାଥମିକତା । ଏହିଠାରେ ହିଁ ସବୁ କାହାଣୀ ଶେଷ । ମୋର ତିନୋଟି କୁକୁର ଅଛି ଏବଂ ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହେଲା, ମୁଁ ସେତେବେଳେ ଆଇପିଏଲ ମ୍ୟାଚ ଖେଳିନଥିଲି । ମୋ ପୋଷା କୁକୁରକୁ ଦେଖିବା ପାଇଁ ବିମାନରେ ମୁଁ ମୋ ଦେଶକୁ ଫେରି ଆସିଥିଲି । ଯଦି ବିରାଟ କୋହଲି ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ସେ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି, ଏଥିରେ କୌଣସି ଅସୁବିଧା ନାହିଁ । ଜଣେ କ୍ରିକେଟର ଦେଶ ପାଇଁ ଯାହା କରିବା କଥା ତାହା ସେ କରିଛନ୍ତି ।