ଓଡିଶା

odisha

ଅରିନ୍ଦମ ଓ ଦେବାଶିଷଙ୍କ ପୃଥକ ଶୋଭାଯାତ୍ରା, ଭାଇଚାରା ସହରରେ ରାଜନୈତିକ ତାତି

By ETV Bharat Odisha Team

Published : Jan 24, 2024, 4:07 PM IST

Updated : Feb 3, 2024, 5:40 PM IST

Cuttack Politics: ଅରିନ୍ଦମ ରାୟଙ୍କୁ ନେଇ ପୁଣି ବଢିଛି ଚର୍ଚ୍ଚା । କଂଗ୍ରେସର କର୍ପୋରେଟର, କଂଗ୍ରେସ କର୍ମୀ ଓ ବିଜେପି କର୍ମୀମାନଙ୍କ ସହ ମଶାଲ ଶୋଭାଯାତ୍ରା କରିଛନ୍ତି ଅରିନ୍ଦମ। ଅଧିକ ପଢନ୍ତୁ

ଅରିନ୍ଦମ ଓ ଦେବାଶିଷଙ୍କ କାର୍ଯ୍ୟକ୍ରମ
ଅରିନ୍ଦମ ଓ ଦେବାଶିଷଙ୍କ କାର୍ଯ୍ୟକ୍ରମ

ଅରିନ୍ଦମ ଓ ଦେବାଶିଷଙ୍କ କାର୍ଯ୍ୟକ୍ରମ

କଟକ:ଚର୍ଚ୍ଚାରେବାରବାଟୀ-କଟକ ନିର୍ବାଚନମଣ୍ଡଳୀ । ନେତାଜୀ ଜୟନ୍ତୀରେ ଦେଖିବାକୁ ମିଳିଛି ଦେବାଶିଷ ସାମନ୍ତରାୟ ଓ ଅରିନ୍ଦମ ରାୟଙ୍କ ବଳ କଷାକଷି । ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏକ ବିଶାଳ ମଶାଲ ଶୋଭାଯାତ୍ରାର ଆୟୋଜନ କରିଥିଲେ। ସେପଟେ ଅଭିନେତା ତଥା ବିଜେଡି ସକ୍ରିୟ ସଦସ୍ୟ ଅରିନ୍ଦମ ରାୟ ମଧ୍ୟ ସମାନ୍ତରାଳ ଭାବେ ସ୍ୱାଭିମାନ ଶୋଭାଯାତ୍ରା କରିଥିଲେ। ବିଜେଡି କର୍ମୀଙ୍କୁ ନେଇ ଦେବାଶିଷ ଶୋଭାଯାତ୍ରା କରିଥିବାବେଳେ ଅରିନ୍ଦମ କିନ୍ତୁ କଂଗ୍ରେସର କର୍ପୋରେଟର, କଂଗ୍ରେସ କର୍ମୀ ଓ ବିଜେପି କର୍ମୀମାନଙ୍କ ସହ କରିଥିଲେ ମଶାଲ ଶୋଭାଯାତ୍ରା। ଏମିତିକି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଗେଟ୍ ସମ୍ମୁଖରେ ଅରିନ୍ଦମ ଛିଡା ହୋଇଥିବାବେଳେ ବିଜେଡିର ଯୁବ କର୍ମୀମାନେ ତାଙ୍କୁ ଅଣଦେଖା କରି ଚାଲିଯାଇଥିଲେ।

ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଧବଳେଶ୍ଵର ଗସ୍ତ ସମୟରେ ସେଠାରେ ଅଶ୍ବିନୀଙ୍କୁ ଭେଟି ଫୁଲତୋଡା ଦେଇ ସ୍ବାଗତ କରିଥିଲେ ଅରିନ୍ଦମ। ଏହା ସହ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କୁ ଅରିନ୍ଦମ ଭେଟିବା ଭଳି ଘଟଣା ରାଜନୀତିକୁ ଉଷ୍ମ କରିଛି । ଏବେ ଅରିନ୍ଦମ ବିଜେପିରେ ଯୋଗ ଦେଇ ବାରବାଟୀ କଟକ ଟିକେଟ୍ ହାତେଇବା ପାଇଁ ପ୍ରୟାସ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ ଦେବାଶିଷ, ଅରିନ୍ଦମଙ୍କୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ...ପୁଣି ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ, ଦଳୀୟ କାର୍ଯ୍ୟକ୍ରମ ବାହାରେ କଲେ ନିଜସ୍ବ ପଦଯାତ୍ରା

ବକ୍ସି ଜଗବନ୍ଧୁଙ୍କ ଜନ୍ମ ତିଥି ପାଳନ କରିବା ବେଳେ ମଞ୍ଚ ଉପରେ ଦୁହେଁ ଦୁହିଁଙ୍କ ହାତ ଧରିବା ସହ ଆଲିଙ୍ଗନ ମଧ୍ୟ କରିଥିଲେ। ହେଲେ ମଞ୍ଚରୁ ଆସିବା ପରେ ଗଣମାଧ୍ୟମକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରତିକ୍ରିୟା ଦେବା କଟକ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ପ୍ରତିକ୍ରିୟା ରଖି ଅରିନ୍ଦମ କହିଛନ୍ତି, "ଯଦି ବିଜେଡିରୁ ଟିକଟ ମିଳେ, ତେବେ ନିଶ୍ଚିତ ନିର୍ବାଚନ ଲଢିବି । ଆଉ ଟିକଟ ନମିଳିଲେ ସ୍ବାଧୀନ ଭାବେ ଛିଡା ହେବା ସମ୍ଭାବନାକୁ ଅସ୍ବୀକାର କରି ନାହାନ୍ତି ଅରିନ୍ଦମ। ସେପଟେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ନିଜର ରାଜନୈତିକ ଗତିବିଧିକୁ ତ୍ବରାନ୍ବିତ କରିଛନ୍ତି। ଦେବାଶିଷ ସାମନ୍ତରାୟ ବିଭିନ୍ନ ସାହିକୁ ଯାଇ ଚା' ଖଟିରେ ଜନ ସମ୍ପର୍କ ଜାରି ରଖିଛନ୍ତି। ଅରିନ୍ଦମଙ୍କ ରାଜନୈତିକ ଗତିବିଧି ସମ୍ପର୍କରେ ଟିପ୍ପଣୀ ରଖିଛନ୍ତି ଦେବାଶିଷ। ସେ କହିଛନ୍ତି, କଟକ ହେଉଛି ଭାଇଚାରାର ସହର । ଏଠି ସବୁ ଚାଲେ। ମୋର ଅରିନ୍ଦମଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଭଲ। ଦଳ ଯାହାକୁ ପ୍ରାର୍ଥୀ କରିବ, ତାଙ୍କ ପାଇଁ କାମ କରିବି।"

ଇଟିଭି ଭାରତ, କଟକ

Last Updated : Feb 3, 2024, 5:40 PM IST

ABOUT THE AUTHOR

...view details