ଓଡିଶା

odisha

କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ - Rourkela Assembly Constituency

By ETV Bharat Odisha Team

Published : Apr 23, 2024, 9:36 PM IST

BJD And Congress Attack On BJP: ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସହରର ବିକାଶ ନେଇ ରାଜ୍ୟ ସରକାରଙ୍କ ଭୂମିକା ଉପରରେ ପ୍ରଶ୍ମ ଉଠାଉଥିବା ବେଳେ ବିଜେଡି ପ୍ରାର୍ଥୀ ସାରଦା ନାୟକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲୋକୁ ଟେକିଦେବା ପ୍ରସଙ୍ଗ ନେଇ କାଉଣ୍ଟର ଆଟାକ କରିଛନ୍ତି । ଅଧିକ ପଢନ୍ତୁ

କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ
କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ

କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ନେଇ ତେଜିଲା ରାଜନୀତି । କଥା କଟାକଟି ହେଲେ ବିଜେପି, ବିଜେଡି ଏବଂ କଂଗ୍ରେସ । ବିଜେପି ପ୍ରାର୍ଥୀଙ୍କ ବୟାନକୁ ନେଇ ଟାର୍ଗେଟ କଲେ ବିଜେଡି ଏବଂ କଂଗ୍ରେସ । ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ କହିଛନ୍ତି ଯେ ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟକାଳରେ କୌଣସି ବିକାଶ ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ପାଇଁ ରାଉରକେଲାକୁ ସ୍ମାର୍ଟ ସିଟି ମାନ୍ୟତା, ଦ୍ବିତୀୟ ବ୍ରାହ୍ମଣୀ ବ୍ରିଜ, ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଏବଂ ମେଡ଼ିକାଲ କଲେଜ ସହ ବିମାନ ବନ୍ଦର ମିଳିଛି । ସିଧାସଳଖ ରାଜ୍ୟ ସରକାର ଏବଂ ବିଧାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏତେ ବର୍ଷର ଶାସନରେ ଆଜିବି ରାଉରକେଲାବାସୀଙ୍କ ନିକଟରେ ସ୍ବାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧା ନାହିଁ । ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ନିର୍ବାଚନକୁ ବନ୍ଦ କରାଯାଇ ସହରର ବିକାଶକୁ ରୋକାଯାଇଛି ବୋଲି ଅଭିଯୋଗ କରିଛନ୍ତି ଦିଲ୍ଲୀପ ।

ଏ ସମ୍ପର୍କରେ ବିଧାୟକ ସାରଦା ନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେଉଁଭଳି ବିଜେପି ଦଳ ରାଜ୍ୟ ସରକାରଙ୍କ ଉପରେ ଉଠାଉଛି ନିଜେ ଆଗେ ମାନସ ମନ୍ଥନ କରୁ । ଯେଉଁମାନେ ପ୍ରଶ୍ନ କରିଛନ୍ତି ସେମାନେ ସହର ପାଇଁ କଣ କରିଛନ୍ତି ତାର ଉତ୍ତର ରଖନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଏବଂ ମେଡ଼ିକାଲ କଲେଜ ଆଜି ଯାଏଁ ହୋଇ ପାରିଲା ନାହିଁ ବରଂ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଏକ ଘରୋଇ କମ୍ପାନୀ ଆପୋଲକୁ ଟେକି ଦିଆଗଲା ଏବଂ ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାର ବାସଚ୍ୟୁତ ସମସ୍ୟା ଦୂର ହୋଇନାହିଁ । ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନାର ୩୬୦୦୦ କୋଟି ଟଙ୍କାର ଆଧୁନିକୀକରଣ ପ୍ରକଳ୍ପ ଫେରିଗଲା ଏବଂ ରେଳବାଇ ଡିଭିଜନ ପାଇଁ ମଧ୍ୟ କେନ୍ଦ୍ର ସରକାର ମୁହଁ ବୁଲାଉଛନ୍ତି ଏସବୁର ଆଗେ କେନ୍ଦ୍ର ସରକାର ଉତ୍ତର ଦିଅନ୍ତୁ ।
ଏହା ମଧ୍ୟ ପଢନ୍ତୁ....ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ - BJP JOINING PROGRAM

କେଉଁ କେଉଁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର ଯାହା ରାଉରକେଲାକୁ ଗୌରବମୟ କରିଛି ତାହାର ମଧ୍ୟ ଜବାବ ଦେଉ ବୋଲି କହିଛନ୍ତି ସାରଦା । ସେହିଭଳି କଂଗ୍ରେସ ମଧ୍ୟ ଦିଲ୍ଲୀପଙ୍କୁ ଟାର୍ଗେଟ କରି କହିଛି ଯେ କେନ୍ଦ୍ର ସରକାର ଓ ବିଜେପି ଲୋକଙ୍କୁ କେବଳ ଅନ୍ଧାରରେ ରଖିଛି ଏବଂ ଯିଏ ଏହି ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଏବଂ ମେଡ଼ିକାଲ କଲେଜ ହୋଇଥିବା କଥା କହିଛନ୍ତି ଆଗେ ସତ ଜାଣିବା ଉଚିତ, ଯେ କିଭଳି ଭାବରେ ଏହାକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଘରୋଇ କମ୍ପାନୀକୁ ଟେକିଦିଆଗଲା ତାହାର ଉତ୍ତର ଆଗେ ଦିଅନ୍ତୁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details