ଓଡିଶା

odisha

ନିର୍ବାଚନର ନିଆରା ଦୃଶ୍ୟ; ଆଗେ ଅଧିକାର ପରେ ବାହାଘର - Lok Sabha Election 2024

By ETV Bharat Odisha Team

Published : Apr 19, 2024, 2:33 PM IST

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ଉତ୍ସାହର ସହ ସାମିଲ ହେଉଛନ୍ତି ନାଗରିକ । ଆଜି ମତଦାନ ସମୟରେ ବିଭିନ୍ନ ସ୍ଥାନରୁ ଅନେକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । କିଏ ନାଲି ଲେହେଙ୍ଗା ଓ ମଥାରେ ସିନ୍ଦୁର ପିନ୍ଧି ମତଦାନ କେନ୍ଦ୍ରକୁ ଆସୁଛି ତ ଆଉ କିଏ ବରବେଶରେ ମତାଧିକାର ସାବ୍ୟସ୍ତ କରୁଛି ।
ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଉତ୍ସାହିତ ଭୋଟର ।
ଆଗେ ମତାଧିକାର, ପରେ ବାହାଘର । ବରବେଶରେ ଘୋଡାରେ ଚଢିବା ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଲେ ବର ।
ଭୋଟ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା ଜ୍ୟୋତି ଆମଗେ । ତାଙ୍କର ବୟସ ୩୦ ବର୍ଷ ଏବଂ ଉଚ୍ଚତା ମାତ୍ର ୨ ଫୁଟ ୧ ଇଞ୍ଚ ।
ଯୁବ ଭୋଟରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନ ପର୍ବରେ ନିଜକୁ ସାମିଲ କରି ଗଣତାନ୍ତ୍ରିକ ଦାୟିତ୍ବର ସମ୍ପାଦନ କରୁଛନ୍ତି ।
ନାଲି ଶାଢୀ, ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ବୁଥରେ ପହଞ୍ଚି ଭୋଟ ଦେଲେ ନବବଧୂ ।
ପାଦରେ ଚାଲିବାକୁ ବଳ ନଥିଲେ ହେଁ ହ୍ବିଲଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ବୃଦ୍ଧା ଭୋଟର ।
ଗଣତନ୍ତ୍ରର ଏହି ମହାପର୍ବରେ ଉତ୍ସାହର ସହ ସାମିଲ ହେଉଛନ୍ତି ଭୋଟର ।
ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ସଭିଏଁ ଉତ୍ସାହିତ

ABOUT THE AUTHOR

...view details