ଓଡିଶା

odisha

ଫାଇନାଲରେ ରଣବୀରଙ୍କ ଫୁଟବଲ ଟିମ; ମୈଦାନରେ ପତ୍ନୀ ସହ ଏମିତି କଲେ ଅଭିନେତା - RANBIR ALIA AT FOOTBALL MATCH

By ETV Bharat Odisha Team

Published : Apr 30, 2024, 4:33 PM IST

Ranbir Kapoor-Alia Bhatt: ସୋମବାର ଦିନ ରଣବୀର କପୁରଙ୍କ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ଟିମ ମୁମ୍ବାଇ ସିଟି ଏଫ୍ସି ଗୋଆ ଟିମକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି । ଟିମର ବିଜୟ ପରେ ଆଲିଆ ରଣବୀର ମୈଦାନରେ ଏପରି ଖୁସି ଜାହିର କରିଛନ୍ତି । ଅଧିକ ପଢନ୍ତୁ

ଫାଇନାଲକୁ ଗଲା ରଣଭୀରଙ୍କ ଫୁଟବଲ ଟିମ; ମୈଦାନରେ ପତ୍ନୀ ସହ ଏମିତି କଲେ ସେଲିବ୍ରେଟ
ଫାଇନାଲକୁ ଗଲା ରଣଭୀରଙ୍କ ଫୁଟବଲ ଟିମ; ମୈଦାନରେ ପତ୍ନୀ ସହ ଏମିତି କଲେ ସେଲିବ୍ରେଟ

ହାଇଦ୍ରାବାଦ: ବଲିଉଡର ପାୱାରପ୍ୟାକ୍ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ଫୁଟବଲ ଟିମ ମୁମ୍ବାଇ ସିଟି ଏଫସିକୁ ସମର୍ଥନ କରିବା ପାଇଁ ମୁମ୍ବାଇ ସ୍ପୋର୍ଟସ ମୈଦାନରେ ପହଞ୍ଚିଥିଲେ । ଷ୍ଟାଡିୟମରୁ ଏହି ଦମ୍ପତିଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଚିତ୍ରରେ ଏହି ଦମ୍ପତି ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଗତ ସୋମବାର (ଏପ୍ରିଲ 29) ମୁମ୍ବାଇ ସ୍ପୋର୍ଟସ୍ ଏରାନାଠାରେ ସୁପର ଲିଗ୍ ମ୍ୟାଚରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସାମିଲ ହୋଇଥିଲେ । ତାଙ୍କ ଫୁଟବଲ ଟିମ ମୁମ୍ବାଇ ସିଟି ଏଫସି ସେମିଫାଇନାଲର ଦ୍ୱିତୀୟ ପର୍ଯ୍ୟାୟରେ ଏଫସି ଗୋଆକୁ ପରାସ୍ତ କରି ଆଇଏସଏଲର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଦଳ ଫାଇନାଲରେ ପହଞ୍ଚିବା ପରେ ଅଭିନେତା ସେଲିବ୍ରେଟ କରିଛନ୍ତି । ଏହି ଉତ୍ସବରେ ଆଲିଆ ମଧ୍ୟ ସାମିଲ ହୋଇଥିଲେ ।

ଷ୍ଟାଡିୟମରୁ ରଣବୀର-ଆଲିଆଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିନେତା ଏକ ହ୍ୱାଇଟ ଏବଂ ଧୂସର ଟି-ସାର୍ଟରେ ନଜର ଆସିଥିବା ବେଳେ ଆଲିଆ କାଜୁଆଲ ଲୁକରେ ନଜର ଆସିଛନ୍ତି । ଏକ ଭିଡିଓରେ ରଣବୀର ଦଳର ବିଜୟ ଉତ୍ସବ ପାଳନ କରୁଥିବା ନଜର ଆସିଛନ୍ତି । ଆଇଏସଏଲ ସେମିଫାଇନାଲରେ ମୁମ୍ବାଇ ସିଟି ଏଫସି ୨-୦ରେ ବିଜୟ ହାସଲ କରିଛନ୍ତି । ଟିମର ଏହି ବିଜୟ ପରେ ରଣବୀର ତାଙ୍କ ଦଳର ଟି-ସାର୍ଟ ଉଠାଇ ବୁଲାଇଥିବାର ନଜର ଆସିଛନ୍ତି । ଏହି ସମୟ ମଧ୍ୟରେ ଅଭିନେତ୍ରୀ ମଧ୍ୟ ତାଙ୍କ ସହ ସାମିଲ ହୋଇଥିବା ବେଳେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହା ପରେ ସେ ସମସ୍ତ ଖେଳାଳିଙ୍କୁ ଭେଟି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ରାମାୟଣ' ପାଇଁ ବଦଳିଲା ରଣବୀରଙ୍କ ଲୁକ, ବଡ଼ି ଟ୍ରାନ୍ସଫରମେସନ ଦେଖି ଫିଦା ଫ୍ୟାନ୍ସ

ରଣବୀରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଗତବର୍ଷ ରଣବୀର ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆନିମଲ'ରେ ତାଙ୍କର ଚମତ୍କାର ଅଭିନୟ ସହିତ ପ୍ରଶଂସକ ଏବଂ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ନିତୀଶ ତିୱାରୀଙ୍କ 'ରାମାୟଣ'ରେ ରାମ ଭୂମିକା ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାର ସୁଟିଂ ଆରମ୍ଭ କରିଥିବା ଜଣାପଡିଛି । ସେହିପରି ଆଲିଆ ଭଟ୍ଟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ମଧ୍ୟରେ ତାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ଫିଲ୍ମ ଜିଗ୍ରା ଅଛି । ଯାହା ସେପ୍ଟେମ୍ବର ୨୭ରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details