ଓଡିଶା

odisha

ଅତିଫଙ୍କୁ ଦେଖି ଦିଓ୍ୱାନା ହେଲେ ମହିଳା ଫ୍ୟାନ; ମଞ୍ଚରେ ଚଢିଲେ, କଲେ ଆଲିଙ୍ଗନ - Atif Aslam Wins Hearts In Concert

By ETV Bharat Odisha Team

Published : Apr 22, 2024, 11:50 AM IST

Updated : Apr 22, 2024, 2:04 PM IST

Atif Aslam Concert: ଗାୟକ ଅତିଫ ଅସଲମଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତାଙ୍କ ସ୍ୱରର ଯାଦୁ ଏପରି ଯେ ଲୋକମାନେ ତାଙ୍କୁ ଶୁଣିବା ଏବଂ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସନ୍ତି । ଏକ ଇଭେଣ୍ଟ ସମୟରେ ଜଣେ ମହିଳା ଫ୍ୟାନ ତାଙ୍କୁ ଦେଖି ଦିୱାନା ହୋଇଥିଲେ ଏବଂ ମଞ୍ଚରେ ପହଞ୍ଚି ତାଙ୍କୁ ଆଲିଙ୍ଗନ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅତିଫଙ୍କୁ ଦେଖି ବେକାବୁ ହେଲେ ମହିଳା ଫ୍ୟାନ, ମଞ୍ଚରେ କଲେ ଆଲିଙ୍ଗନ
ଅତିଫଙ୍କୁ ଦେଖି ବେକାବୁ ହେଲେ ମହିଳା ଫ୍ୟାନ, ମଞ୍ଚରେ କଲେ ଆଲିଙ୍ଗନ

ହାଇଦ୍ରାବାଦ:ପାକିସ୍ତାନୀ ଗାୟକ ଅତିଫ ଅସଲମଙ୍କ ଗୀତ ଭାରତରେ ବହୁତ ପସନ୍ଦ କରାଯାଏ । ସେ ବଲିଉଡର ଅନେକ ଗୀତ ଗାଇଥିବା ବେଳେ ସଲମାନ ଖାନଙ୍କ 'ଟାଇଗର ଜିନ୍ଦା ହେ' ର ଅତିଫଙ୍କ ଗୀତ 'ଦିଲ ଦିୟା ଗାଲା' ଏପର୍ଯ୍ୟନ୍ତ ଲୋକଙ୍କ ପ୍ରିୟ ଅଟେ । ତେବେ ଗାୟକଙ୍କ ଅନେକ ଫ୍ୟାନ୍ସ ରହିଥିଲେ ଦେଶ ତଥା ବିଦେଶରେ ନିଜର କନ୍ସର୍ଟ ସହ ସେ ମନ ଜିତିଥାନ୍ତି । ନିକଟରେ ବାଂଲାଦେଶରେ ହୋଇଥିବା ଏକ କନସର୍ଟରେ ଫ୍ୟାନ୍ସଙ୍କ ମନ ଜିତିଛନ୍ତି ଅତିଫ । ସେ ମଞ୍ଚରେ ଗୀତ ଗାଉଥିବା ବେଳେ ଜଣେ ମହିଳା ଫ୍ୟାନ୍ସ ତାଙ୍କୁ ଦେଖି ଦିୱାନା ହୋଇଥିଲେ ଏବଂ ମଞ୍ଚରେ ପହଞ୍ଚି ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ଗାୟକ ମଧ୍ୟ ତାଙ୍କୁ ନମ୍ର ଭାବେ ମହିଳାଙ୍କ ସହ ବ୍ୟବହାର କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ନିକଟରେ ଅତିଫ ଅସଲମ ବାଂଲାଦେଶର ଏକ କନ୍ସର୍ଟରେ ଗୀତ ଗାଇବାକୁ ଆସିଥିଲେ। ଏହି ସମୟରେ, ତାଙ୍କର ଜଣେ ବାଂଲାଦେଶୀ ଫ୍ୟାନ କଡା ସୁରକ୍ଷା ସତ୍ତ୍ୱେ ମଞ୍ଚ ଉପରକୁ ଚଢି ଅତିଫଙ୍କୁ ଆଲିଙ୍ଗନ କରିଥିଲେ । ଏହା ପରେ, ଅତିଫଙ୍କ ସୁରକ୍ଷାକର୍ମୀ ମହିଳା ପ୍ରଶଂସକଙ୍କୁ ଯେତେ ହଟାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଗାୟକଙ୍କୁ ଛାଡ଼ିନଥିଲେ । ପରେ ସେ ମହିଳା ଫ୍ୟାନଙ୍କୁ ବୁଝାଇଥିଲେ ଏବଂ ତାଙ୍କୁ ଧନ୍ୟବାଦ ଜଣାଇଲେ । ଏହି ମୁହୁର୍ତ୍ତର ଭିଡିଓଟି ସୋସିଆଲ ମିଡିଆରେ ଅତିଫଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ଅପଲୋଡ୍ ହୋଇଛି। ଏହି ଭିଡିଓ ଦେଖି ସମସ୍ତେ ଅତିଫଙ୍କୁ ପ୍ରଶଂସା କରୁଥିବାବେଳେ ସମସ୍ତେ ମହିଳା ପ୍ରଶଂସକଙ୍କୁ ତାଗିଦ କରୁଛନ୍ତି ।

ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ସ୍ଥାନ ଅଛି, ଜଣେ ପ୍ରଶଂସକ ହେବା ଅର୍ଥ ନୁହେଁ ଯେ ଆପଣ କାହାର ବ୍ୟକ୍ତିଗତ ଜାଗାରେ ହସ୍ତକ୍ଷେପ କରିବା ଉଚିତ୍। ଜଣେ ଉପଭୋକ୍ତା ଲେଖିଛନ୍ତି, ପ୍ରଶଂସକମାନେ ଏପରି ବିପଜ୍ଜନକ ପରିସ୍ଥିତିରେ ଯେକୌଣସି ସେଲିବ୍ରିଟିଙ୍କୁ କାହିଁକି ଅଡୁଆରେ ପକାନ୍ତି? ଏହା ଅତ୍ୟନ୍ତ ଅପମାନଜନକ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଜଣେ ପ୍ରଶଂସକ ହେବାର ଅର୍ଥ ନୁହେଁ ଯେ ତୁମେ ତୁମର ସୀମା ଭୁଲିଯିବ । ସେ ଟିକିଏ ଅସହଜ ମନେ ହେଉଥିଲେ ମଧ୍ୟ ପରିସ୍ଥିତିକୁ ସେ କିପରି ପରିଚାଳନା କରିଥିଲେ ତାହା ପ୍ରକୃତରେ ପ୍ରଶଂସନୀୟ ।

ଏହା ମଧ୍ୟ ପଢନ୍ତୁ:ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ, ୭ ବର୍ଷ ପରେ ବଲିଉଡକୁ ଫେରିବେ

ସୂଚନା ଥାଉ କି, ୨୦୦୫ ଚଳଚ୍ଚିତ୍ର 'କଲୟୁଗ୍'ରେ ଅତିଫ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ। ଲୋକମାନେ ତାଙ୍କ ଗୀତ 'ଆଦାତ'କୁ ବେଶ ପସନ୍ଦ କରିଥିଲେ । ଏହା ପରେ ସେ ପିୟା ଓରେ ପିୟା (ତେରେ ନାଲ୍ ଲଭ୍ ହୋ ଗୟା), ତୁ ଜାନେ ନା (ଅଜବ ପ୍ରେମ କି ଗଜବ କାହାନି), ତେରା ହୋନେ ଲାଗା ହୁଁ (ଅଜବ ପ୍ରେମ କି ଗଜବ କାହାନି), ଜୀନା ଜୀନା (ବଦଲାପୁର), ଜିନେ ଲଗା ହୁଁ (ରମାୟା ଭସ୍ତଭୈୟା) ପରି ଅନେକ ଗୀତ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିଛନ୍ତି ।

Last Updated : Apr 22, 2024, 2:04 PM IST

ABOUT THE AUTHOR

...view details