ଓଡିଶା

odisha

ଆଜି ରାମ ନବମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - RAM NAVAMI WISH

By ETV Bharat Odisha Team

Published : Apr 17, 2024, 4:49 PM IST

Celebs Wish Ram Navami To Fans: ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ସେଲିବ୍ରିଟି ।

ଆଜି ରାମ ନବମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଆଜି ରାମ ନବମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ହାଇଦ୍ରାବାଦ:ଆଜି (୧୭ ଏପ୍ରିଲରେ) ସାରା ଦେଶରେ ରାମ ନବମୀ ଧୁମଧାମରେ ପାଳନ କରାଯାଉଛି । ଏହି ଅସରରରେ ଜନ୍ମଭୂମି ଅଯୋଧ୍ୟାରେ ରାମ ନବମୀର ମହାସମାରୋହ ଆୟୋଜିତ ହୋଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ରାମ ନବମୀ ଉତ୍ସବ ପାଳିତ ହୋଇଛି । ଏହି ସମୟରେ ଆଜି 4 ମିନିଟର ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟତିଳକ ହୋଇଥିବା ବେଳେ ସାରା ଦେଶ ରାମଲାଲାଙ୍କ ଦିବ୍ୟ ଦର୍ଶନ କରିଛି । ତେବେ ଏହି ପବିତ୍ର ଦିବସରେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କୁ ରାମ ନବମୀ ଶୁଭକାମନା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ରାମ ନବମୀ ଶୁଭେଚ୍ଛା

ବଲିଉଡ ଅଭିନେତ୍ରୀ ହେମା ମାଲିନୀଙ୍କ ଠାରୁ ଆରମ୍ଭ କରି ଶିଳ୍ପା ସେଟ୍ଟୀ, କଙ୍ଗନା ରାଣାୱତ, ମାଧୁରୀ ଦୀକ୍ଷିତ ବଳି ଅନେକ ବି-ଟାଉନ ତାରକା ଏବଂ ଓଲିଉଡ ତାରକା ସବ୍ୟସାଚୀ ମିଶ୍ର ଠାରୁ ଆରମ୍ଭ କରି ଅଭିନେତ୍ରୀ ଅନୁ ଚୌଧୁରୀ ଫ୍ୟାନ୍ସଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ନିଆରା ଢଙ୍ଗରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଡ୍ରିମ ଗାର୍ଲ ହେମା ମାଲିନୀ ଅଯୋଧ୍ୟାରେ ରାମ ମନ୍ଦିରରୁ ରାମଲାଲାଙ୍କ ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ସମସ୍ତଙ୍କ ପାଇଁ ପ୍ରାର୍ଥନା କରି ସେ କ୍ୟାପସନରେ ଲେଖିଛନ୍ତି, 'ଆଜି ରାମ ନବମୀ, ଆସନ୍ତୁ ସମସ୍ତେ ଶାନ୍ତି ଏବଂ ସମୃଦ୍ଧି ସହ ଗୌରବମୟ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ।'

ସେହିପରି କୁଇନ କଙ୍ଗନା ରାଣାୱତ ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, 'ରାମଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଏହି ଶୁଭ ମୁହୂର୍ତ୍ତ ୫୦୦ବର୍ଷ ପରେ ଆସିଛି, ଯେତେବେଳେ ପ୍ରଥମ ଥର ପାଇଁ ରାମଲାଲା ତାଙ୍କ ମହାନ ମନ୍ଦିରରେ ରାମ ନବମୀଙ୍କୁ ପାଳନ କରୁଛନ୍ତି ।'

ବଲିଉଡ ଅଭିନେତା ଜ୍ୟାକି ଶ୍ରଫ୍ ମଧ୍ୟ 22 ଜାନୁୟାରୀ 2024ର ଦିନକୁ ମନେ ପକାଇଛନ୍ତି । ସେ ଅଯୋଧ୍ୟାରେ ରାମଙ୍କ ସେବାରେ ବିତାଇଥିବା ମୁହୂର୍ତ୍ତ ଗୁଡିକ ସେୟାର କରି ନିଜ ପ୍ରଶଂସକମାନଙ୍କୁ ରାମ ନବମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ଜୟ ରାମ ନବମୀ ଉପରେ ସମସ୍ତଙ୍କୁ ଶୁଭେଚ୍ଛା ।' ମାଧୁରୀ ଦୀକ୍ଷିତ, ଶିଳ୍ପା ସେଟ୍ଟୀ ଏବଂ ଇଶା ଗୁପ୍ତା ଭଳି ତାରକା ନିଜ ସୋସିଆଲ ମିଡିଆରେ ପ୍ରଭୁ ରାମଙ୍କ ଏକ ଫଟୋ ସେୟାର କରି ରାମ ନବୀର ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ରାମଲାଲାଙ୍କ ସୂର୍ଯ୍ୟତିଳକ ଦେଖି ଭାବୁକ ହେଲେ ମୋଦି

ABOUT THE AUTHOR

...view details