ଓଡିଶା

odisha

ଅବକାରୀ ଦୁର୍ନୀତି ମାମଲା, ଆଜି କୋର୍ଟରେ ହାଜର ହେବେ କେଜ୍ରିୱାଲ

By ETV Bharat Odisha Team

Published : Mar 16, 2024, 9:05 AM IST

Delhi Excise Policy Scam: ଆଜି ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିଓ୍ବାଲ । 8ଥ ସମନକୁ ଅଣଦେଖା କରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଇଡି । ଅଧିକ ପଢନ୍ତୁ

Arvind Kejriwal
Arvind Kejriwal

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଇଡିର ସମନକୁ ବାରମ୍ବାର ଅଣଦେଖା କରିବାକୁ ଆଜି କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଥିଲା । ବର୍ତ୍ତମାନ ସୁଦ୍ଧା ଇଡି କେଜ୍ରିଓ୍ବାଲଙ୍କୁ 8 ଥର ସମନ କରିସାରିଛି । କିନ୍ତୁ ଥରେ ବି ହେଲେ ସେ ଇଡିରେ ହାଜର ହୋଇନାହାନ୍ତି । ଏଥି ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ କେଜ୍ରିଓ୍ବାଲଙ୍କୁ 8 ଥର ସମନ କରି ସାରିଛି ଇଡି । ବାରମ୍ବାର ସମନ ପରେ ବି ସେ ଇଡିରେ ହାଜର ହୋଇନାହାନ୍ତି । ସମନକୁ ଅଣଦେଖା କରିବାରୁ ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ତଦନ୍ତକାରୀ ସଂସ୍ଥା । ଏହାପରେ କେଜ୍ରିଓ୍ବାଲଙ୍କ 16 ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା କୋର୍ଟରେ ହାଜର ହେବାକୁ କହିଥିଲେ । ପରେ ଇଡି ବିରୋଧରେ ରାଉସ ଆଭେନ୍ୟୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ହାଜର ହେବା ଆଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । ଯାହାର ଶୁଣାଣି ଶୁକ୍ରବାର କରାଯାଇଥିଲା । କେଜ୍ରିଓ୍ବାଲଙ୍କ ଆବେଦନକୁ ସ୍ବତନ୍ତ୍ର ସିବିଆଇ ବିଚାରପତି ଖାରଜ କରିଦେଇଥିଲେ । ଯାହା ଫଳରେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି ସେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ।

ଏହା ମଧ୍ୟ ପଢନ୍ତୁ-ଇଡି ସମନକୁ କେଜ୍ରିଓ୍ବାଲଙ୍କ ଅଣଦେଖା, ରାଉଜ ଆଭେନ୍ୟୁ କୋର୍ଟରୁ ଆସିଲା ଡାକରା

ଶୁଣାଣି ସମୟରେ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଥିଲେ, ''କେଜ୍ରିୱାଲଙ୍କ ବିରୋଧରେ ମାମଲା ଦାୟର କରିବା ପୂର୍ବରୁ ପ୍ରଥମେ କ୍ରାଇମବ୍ରାଞ୍ଚର ଧାରା 197 ଅନୁଯାୟୀ ଅନୁମତି ନେବାକୁ ପଡ଼ିବ । କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ଦାୟର କରିବା ପୂର୍ବରୁ ଅନୁମତି ନେବାକୁ ପଡିଥାଏ । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦ୍ୱିତୀୟ ସମନ ଜାରି କରିବା ପୂର୍ବରୁ କେଜ୍ରିୱାଲଙ୍କୁ ପ୍ରଥମ ସମନ ଜାରି କରିବା ସମୟର ଉତ୍ତରକୁ ବିଚାରକୁ ନେଇନଥିଲେ ।''

ଇଡି ପକ୍ଷରୁ ଏଏସଜି ଏସବି ରାଜୁ କହିଛନ୍ତି, ''କୋର୍ଟରେ ହାଜର ହେବା ପୂର୍ବରୁ ଆବେଦନ କରାଯାଇଛି । ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି । ବାରମ୍ବାର ସମନ ଜାରି କରିବା ପରେ ମଧ୍ୟ ସେ ହାଜର ହେଉନାହାନ୍ତି । ମାର୍ଚ୍ଚ 16ରେ ହାଜର ହେବାର ଆଦେଶ ପୂର୍ବରୁ ଥିଲା । ''

ABOUT THE AUTHOR

...view details