ETV Bharat / technology

ବିଶ୍ବ ପୃଥିବୀ ଦିବସ, ଡୁଡୁଲରେ ବଡ ବାର୍ତ୍ତା ଦେଲା ଗୁଗଲ - Earth Day 2024

author img

By ETV Bharat Odisha Team

Published : Apr 22, 2024, 10:30 AM IST

Earth Day
Earth Day

Earth Day 2024: ବିଶ୍ବ ପୃଥିବୀ ଦିବସରେ ସ୍ବତନ୍ତ୍ର ଡୁଡୁଲ ତିଆରି କରିଛି ଗୁଗଲ । ଜାଣନ୍ତୁ ଏହି ଡୁଡୁଲରେ କଣ ରହିଛି ଖାସ ।

ହାଇଦ୍ରାବାଦ: କୁହାଯାଏ ପରିବେଶ ସୁରକ୍ଷା ଜୀବନ ରକ୍ଷା । ଆଜି ବିଶ୍ବ ପୃଥିବୀ ଦିବସ । ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟେରେ ପ୍ରତିବର୍ଷ ଏପ୍ରିଲ 22 ତାରିଖକୁ ବିଶ୍ବ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ତେବେ ଆଜିକା ସମୟରେ ମନୁଷ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ ପରିବେଶକୁ ମଧ୍ୟ ସେତିକି ପ୍ରଦୂଷଣ କରୁଛି । ତାପମାତ୍ରା ବୃଦ୍ଧି, ପ୍ରଦୂଷଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ସମସ୍ତ ଭାରତୀୟ ଏଥିପ୍ରତି ଚିନ୍ତାଶୀଳ ହେବା ଉଚିତ । କାରଣ ସଭିଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ । ତେଣୁ ଧରିତ୍ରୀ ମାସର ସୁରକ୍ଷା ଅତ୍ୟନ୍ତ ଜରୁରୀ ଅଟେ । ବର୍ତ୍ତମାନ ବିଶ୍ବର 141ଟି ଦେଶରେ ଏହି ଦିବସ ପାଳନ କରାଯାଉଛି ।

ପ୍ରତ୍ୟେକ ବର୍ଷ ଏକ ଥିମ୍‌କୁ ଆଧାର କରି ପୃଥିବୀ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ହେଉଛି ପୃଥିବୀ ବନାମ ପ୍ଲାଷ୍ଟିକ(Planet Versus Plastic) । ତେବେ ପ୍ରତ୍ୟକ ବର୍ଷ ଗୁଗଲ ମଧ୍ୟ ଏକ ଡୁଡୁଲ ପ୍ରସ୍ତୁତ କରି ପୃଥିବୀ ଦିବସ ପାଳନ କରିଥାଏ । ଚଳିତ ବର୍ଷ ଗୁଗଲ ଏକ ଡୁଡୁଲ କରି ଗ୍ରହର ଏରିୟଲ ଭ୍ୟୁ ଦେଖାଇଛି । ପୃଥିବୀ ଦିବସ ଉପଲକ୍ଷେ ଗୁଗଲ ପକ୍ଷରୁ ତିଆରି ହୋଇଥିବା ଡୁଡଲରେ ପୃଥିବୀର ପ୍ରାକୃତିକ ଦୃଶ୍ୟ ଦେଖାଇଛି । ଆଜିର ଦିନରେ ଜଳବାୟୁ ପରିବର୍ତ୍ତନ ନେଇ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ଠିକ ସମାନ ଢଙ୍ଗରେ ଡୁଡୁଲ ପ୍ରସ୍ତୁତ କରିଛି ଗୁଗଲ । ଏହା ବ୍ୟତୀତ ଏକ ସମୃଦ୍ଧ ଜୈବ ବିବିଧତାକୁ ଦର୍ଶାଇ ଏରିୟଲ ଫଟୋଗ୍ରାଫ ପ୍ରଦର୍ଶନ କରିଛି । ଯାହାକି ଭବିଷ୍ୟତ ପିଢି ପାଇଁ ପ୍ରକୃତିର ସଂରକ୍ଷଣକୁ ଗୁରୁତ୍ବ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସ: ଧରିତ୍ରୀର ଅବକ୍ଷୟ ଆମ ଧ୍ବଂସର ସତର୍କ ଘଣ୍ଟି - INTERNATIONAL MOTHER EARTH DAY

ଡୁଡଲରେ ପ୍ରକୃତିର ଭିନ୍ନ ଭିନ୍ନ ଦୃଶ୍ଯ ଦେଖାଯାଇଥିଲା । ସେୟାର କରାଯାଇଥିବା 6ଟି ଗ୍ରହର ରୂପରେଖର ଦୃଶ୍ୟରେ ଗୁଗଲର ଛବି ମଧ୍ୟ ରହିଥିଲା । ଗୁଗଲ ବିଶ୍ବର ଏଭଳି ସ୍ଥାନକୁ ପ୍ରତିପାଦନ କରୁଛି ଯେଉଥିରେ ଲୋକେ ସମ୍ପ୍ରଦାୟ ଏବଂ ସରକାରମାନେ ଗ୍ରହର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏବଂ ସମ୍ବଳର ସୁରକ୍ଷା ପାଇଁ ପ୍ରତିଦିନ କାର୍ଯ୍ୟ କରୁଛନ୍ତି ।

G ପ୍ରଥମ ଫଟୋ ତୁର୍କ ଏବଂ କୈକୋସ ଦ୍ବୀପ ସମୂହ: ଏହି ଦ୍ୱୀପପୁଞ୍ଜଗୁଡ଼ିକରେ ଜୈବବିବିଧତା କ୍ଷେତ୍ରରେ ଘର ରହିଛି । ପରିବେଶ ଆହ୍ବାନର ସମାଧାନ ପାଇଁ ଏଠାରେ ସଂରକ୍ଷଣ ପ୍ରୟାସ ଚାଲିଛି ।

O ମେକ୍ସିକୋର ସ୍କର୍ପିଓନ୍ ରିଫ୍ ନ୍ୟାସନାଲ ପାର୍କ: ଏହା ଆରେସିଫ୍ ଡି ଆଲାକ୍ରାନ୍ସ ଭାବରେ ମଧ୍ୟ ଜଣାଶୁଣା । ଏହା ମେକ୍ସିକୋର ଦକ୍ଷିଣ ଗଲ୍ଫର ସବୁଠାରୁ ବଡ ରିଫ୍ ଏବଂ ୟୁନେସ୍କୋ ବାୟୋସ୍ପିୟର ସଂରକ୍ଷଣ ସ୍ଥାନ ।

O ଆୟାରଲାଣ୍ଡ ଭାଟନାଜୋକୁଲ୍ ଜାତୀୟ ଉଦ୍ୟାନ: ଦୀର୍ଘ ଦଶନ୍ଧି ଧରି ବିବାଦ ପରେ ଏହା 2008 ରେ ଏକ ଜାତୀୟ ଉଦ୍ୟାନ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ୟୁରୋପର ବୃହତ୍ତମ ଗ୍ଲେସିୟର ଏବଂ ଏହାର ଆଖପାଖରେ ଇକୋସିଷ୍ଟମକୁ ସୁରକ୍ଷା ଦେଇଥାଏ ।

G ବ୍ରାଜିଲର ଜାଉ ନ୍ୟାସନାଲ ପାର୍କ: ଏହି ପାର୍କ ନାସିୟାଲ୍ ଡୋ ଜାଉ ନାମରେ ମଧ୍ୟ ଜଣାଶୁଣା । ଏହା ଦକ୍ଷିଣ ଆମେରିକାର ବୃହତ୍ତମ ଜଙ୍ଗଲ ସଂରକ୍ଷଣ ସ୍ଥାନ ଏବଂ ୟୁନେସ୍କୋ ଐତିହ୍ୟ ସ୍ଥଳ ।

L ନାଇଜେରିଆର ଗ୍ରେଟ୍ ଗ୍ରୀନ୍ ୱାଲ୍: 2007ରେ ଆରମ୍ଭ ହୋଇଥିବା ଏହି ଆଫ୍ରିକୀୟ ୟୁନିଅନର ନେତୃତ୍ୱାଧୀନ ପଦକ୍ଷେପ ହେଉଛି ସମଗ୍ର ଆଫ୍ରିକାରେ ମରୁଭୂମି ଦ୍ୱାରା ପ୍ରଭାବିତ ଜମିକୁ ପୁନଃ ସ୍ଥାପିତ କରିବା ଏବଂ ବୃକ୍ଷ ରୋପଣ ।

E: ଅଷ୍ଟ୍ରେଲିଆର ପିଲବାରା ଦ୍ୱୀପପୁଞ୍ଜ ପ୍ରକୃତି ସଂରକ୍ଷଣ ସ୍ଥାନ: ପାଇଲବାରା ଦ୍ୱୀପପୁଞ୍ଜ ପ୍ରକୃତି ସଂରକ୍ଷଣ ସ୍ଥାନ ହେଉଛି ଅଷ୍ଟ୍ରେଲିଆର 20 ଟି ପ୍ରକୃତି ସଂରକ୍ଷଣ ସ୍ଥାନ ମଧ୍ୟରୁ ଅନ୍ୟତମ । ଏହା ଦୁର୍ବଳ ଇକୋସିଷ୍ଟମ, କ୍ରମଃ ବିରଳ ପ୍ରାକୃତିକ ବାସସ୍ଥାନ ଏବଂ ଅନେକ ବିପଦପୂର୍ଣ୍ଣ କିମ୍ବା ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.