ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବହୁତ ଖୁସି, ଦଳ ଯାହା ପଚାରିବ ଉତ୍ତର ଦିଆଯିବ: ମୋକିମ

By

Published : Jul 22, 2022, 4:43 PM IST

Updated : Jul 22, 2022, 4:55 PM IST

thumbnail

କଟକ : ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପ୍ରସଙ୍ଗ । ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ‘ଓଡ଼ିଆ ଝିଅ ହିସାବରେ ମୁଁ ଭୋଟ ଦେଇଥିଲି । ଆଉ ଖୁସି ଯେ ସେ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଓଡିଶାରୁ ପ୍ରଥମ ଓ ଆଦିବାସୀ ମହିଳା ଭାବରେ ରାଇସିନା ହିଲରେ ବସିବା ଆମ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ’ ବୋଲି ସେ କହିଛନ୍ତି । ଅନ୍ୟପଟେ ଦଳର ହାଇକମାଣ୍ଡ ଯେଉଁ ପ୍ରଶ୍ନ ମତେ କରିବେ ତାହାର ସଠିକ ଉତ୍ତର ମୁଁ ଦଳୀୟ ଫୋରମ ହିସାବରେ ଦେବି ବୋଲି କହିଛନ୍ତି ବିଧାୟକ । ଇଟିଭି ଭାରତ, କଟକ

Last Updated : Jul 22, 2022, 4:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.