ଶାଳୀକୁ ଛୁରୀ ଭୁସି ହତ୍ୟା କଲା ଭିଣୋଇ, CCTVରେ ଦୃଶ୍ୟ କଏଦ

By

Published : Sep 25, 2022, 7:31 AM IST

thumbnail

ଚଣ୍ଡିଗଡ: ଶାଳୀକୁ ଛୁରୀ ଭୁସି ହତ୍ୟା କଲା ଭିଣୋଇ(brother in law killed sister in law with stabbing) । ପାରିବାରିକ ବିବାଦକୁ କେନ୍ଦ୍ର କରି ଭିଣୋଇ ଘଟାଇଲା ବର୍ବର କାଣ୍ଡ । ପଞ୍ଜାବର ଲୁଧିଆନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଯାହାର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦୀ ହୋଇଛି । ମିଳିଥିବା ସୂଚନା ଅନୁସାରେ, ମୃତ ମହିଳା ୪୦ ବର୍ଷୀୟା ସୁମନ । ଘରୋଇ କଳହକୁ କେନ୍ଦ୍ର କରି ତାଙ୍କର ଭିଣୋଇ ଅରବିନ୍ଦ ତାଙ୍କୁ ହତ୍ୟା କରିଛି । ତେବେ ସିସିଟିଭିରେ ଦେଖାଯାଇଛି ଯେ, ଅରବିନ୍ଦ ସୁମନଙ୍କୁ ଆକ୍ରମଣ କରିବାକୁ ମାଡି ଆସିଥିଲେ । ଏହି ସମୟରେ ସୁମନଙ୍କ ପୁତୁରା ଭିଣୋଇକୁ ଅଟକାଇବାରୁ ଅଭିଯୁକ୍ତ ତାଙ୍କ ଉପରେ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ସୁମନଙ୍କୁ ଛୁରୀ ଭୁସି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲେ । ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭରେ କଏଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.