10 ବର୍ଷ ହେଲା ମେଣ୍ଟୁନାହିଁ ସହରିଆଙ୍କ ଶୋଷ

By

Published : Jul 9, 2020, 3:02 PM IST

thumbnail

ଢେଙ୍କାନାଳ: ପିଇବା ପାଣି ଟୋପାଏ ପାଇଁ ଡହଳବିକଳ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଢେଙ୍କାନାଳ ପୌରାଞ୍ଚଳରେ । ଏମିତି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ୭ନମ୍ବର ୱାର୍ଡର ଦଣ୍ଡା ସାହି ବସ୍ତିବାସିନ୍ଦା । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଏମିତି ସମସ୍ୟା ଘେରରେ ରହିଛନ୍ତି ଏଠାକାର ଲୋକେ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୦ ବର୍ଷର ଏ ଜଳ କଷ୍ଟ । ରାତି ପାହିଲେ ପିଇବା ପାଣି ଟୋପାଏ ପାଇଁ ଏମିତି ଲାଗେ ଲମ୍ବା ଲାଇନ । ଆଉ ଜନସ୍ଵାସ୍ଥ୍ୟ ବିଭାଗର ଏହି ପାଣି ଟାଙ୍କି ଆସିଲେ ଯାଇ ଶୋଷ ମେଣ୍ଟେ । ନ ହେଲେ ଶୋଷ ଶୋଷରେ ହିଁ ମରିଯାଏ । ଅପହଞ୍ଚ ଇଲାକାର ଦୃଶ୍ୟ ଠୁ ବଳିଯାଇଛି ଏହି ସହରୀ ଲୋକଙ୍କ କଥା । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୭ନମ୍ବର ୱାର୍ଡର ଏହି ଦଣ୍ଡାସାହି ବାସୀଙ୍କର ଏପରି ଦୁର୍ଦ୍ଦଶା ଦୀର୍ଘ ୧୦ ବର୍ଷ ହେଲା ଲାଗି ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.