ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

By

Published : Aug 8, 2020, 8:02 PM IST

thumbnail

ଭୁବନେଶ୍ବର: ଘନଉଛି ଗଜରାଜଙ୍କ ପ୍ରତି ବିପଦ । ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ । ଏବେ ଓଡିଶା ପାଲଟିଛି ହାତୀଙ୍କ କବରଖାନା ! ସରକାରୀ ରିପୋର୍ଟରୁ ମହାଖୁଲାସା ହୋଇଛି । ସରକାରୀ ଖାତା ଖତିଆନରେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହି ତଥ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଢୋଲପିଟା ସରକାର ରାଜ୍ୟରେ ହାତୀ ସୁରକ୍ଷିତ ଥିବା କହୁଥିବା ବେଳେ ହାତୀଙ୍କ ଗୋଟିଏ ପରେ ଗୋଟିଏ ମୃତ୍ୟୁ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ସେନେଇ ପ୍ରଶ୍ନ ଉଠାଉଛି । କେତେବେଳେ ଶିକାରୀଙ୍କ ଫାସ ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ଆଖି ବୁଜୁଛନ୍ତି ଦନ୍ତା । ରାଜ୍ୟରେ 8 ମାସରେ ମଲେଣି ୫୮ ହାତୀ । 25 ହାତୀଙ୍କ ଅପ୍ରାକୃତିକ ମୃତ୍ୟୁ ହୋଇଥିବା ବେଳେ 8 ଜଣଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯାହାର ଖୁଲାସା କରିଛି ଭଏସ ଫର ଏଲିଫ୍ୟାଣ୍ଟସ ସୋସାଇଟ । ଏ ରିପୋର୍ଟକୁ ନେଇ ପରିବେଶବିତ ଓ ହାତୀ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିବା ବେଳେ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ବେଫକିର ଉତ୍ତରକୁ ନେଇ ଉଠିଛି ପ୍ରଶ୍ନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.