ଆଦିବାସୀ ଜନଜୀବନର କଥା କହୁଛି ସଂଗ୍ରହାଳୟ, ସ୍ବତନ୍ତ୍ର ଗ୍ୟାଲେରୀ ପାଇଁ ଆର୍ଥିକ ସହାୟତା ଜରୁରୀ

By

Published : Sep 24, 2020, 11:00 PM IST

thumbnail
କୋରାପୁଟ: କୋରୋନା ଜନିତ ସରକାରୀ କଟକଣାରେ ପ୍ରଭାବିତ ହୋଇଛି କୋରାପୁଟସ୍ଥିତ ଆଦିବାସୀ ସଂଗ୍ରହାଳୟ । ପର୍ଯ୍ୟଟକଙ୍କ ପାଇଁ ଫାଟକ ବନ୍ଦ ହୋଇଯାଇଥିଲେବି ପରିସରରେ ସଂଗୃହିତ ହୋଇ ରହିଛି କୋରାପୁଟ ଅଞ୍ଚଳର ଜୀବନ ଯାତ୍ରାର ନମୁନା । କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଅନେକ ଆଦିବାସୀ ଅଞ୍ଚଳ ଏ ପର୍ଯ୍ୟନ୍ତ ଲୋକଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ପ୍ରାୟ ରହିଛି । 1992 ରେ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଘଟିଯାଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକ କହିଛନ୍ତି । ହେଲେ ଏତେ ବର୍ଷ ଧରି ବିନା କୌଣସି ସରକାରୀ ସହାୟତାରେ ଠିଆ ହୋଇପାରିଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ହେଁ ସଂଗ୍ରହାଳୟକୁ ଚାଲୁ ରଖିବା ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ବ ପାଲଟିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.